fbpx

ଭାରତ ତିଆରି କରିବ ୨୫ ପ୍ରତିଶତ ଅଧିକ ଆଇଫୋନ: ୧.୧ ବିଲିୟନ ଡଲାରରେ ପହଞ୍ଚିଲା ରପ୍ତାନୀ

Advertisement

ନୂଆଦିଲ୍ଲୀ: ଭାରତକୁ ପ୍ରମୁଖ ଆଇଫେନ ଉତ୍ପାଦନର ଏକ ପ୍ରମୁଖ ସ୍ଥଳୀ ଭାବେ ଆମେରିକୀୟ ଆପଲ କମ୍ପାନୀ ନଜର ରଖିଛି । ୨୦୨୮ ସୁଦ୍ଧା ୨୫ ପ୍ରତିଶତ ଅଧିକ ଭାରତରେ ଆଇଫୋନ ତିଆରି ଲାଗି ଆପଲ କମ୍ପାନୀ ଯୋଜନା କରିଛି । ଏହି ପ୍ରସଙ୍ଗକୁ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ବଡ଼ ରିପୋର୍ଟ ଦେଇଛନ୍ତି । ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଭାରତ ଆଇଫୋନ ୧୪% ତିଆରି କରିଥିଲା । ୨୦୨୭-୨୮ ସୁଦ୍ଧା ୨୫% ବଢିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଭାରତ ଆଇଫୋନର ୧୧,୧୨,୧୩,୧୪,୧୫ ମଡେଲକୁ ତିଆରି କରି ରପ୍ତାନୀ କରୁଛି ।

ଭାରତ ନିର୍ମାଣ କରିଥିବା ଆଇଫୋନ ସାରା ବିଶ୍ୱରେ ଅନେକ ଚାହିଦା ରହିଛି । ଏପ୍ରିଲ ମାସରେ ଆଇଫୋନର ରପ୍ତାନୀ ବୃଦ୍ଧି ପାଇ ୧.୧ ବିଲିୟନ ଡଲାର ବା ୯୦ କୋଟି ଟଙ୍କାରେ ପହଞ୍ଚିଛି । ଏପ୍ରିଲ ମାସରେ କୌଣସି ପୂଜା ବା ପର୍ବପର୍ବାଣୀ ବିଶେଷ ହୋଇ ନ ଥିବାରୁ ଫୋନର ବିକ୍ରିର ଚାହିଦା କମିଯାଇଥାଏ । ଏହା ଭିତରେ ଚଳିତ ମାସରେ ମଧ୍ୟ ଆଇଫୋନର ରପ୍ତାନୀ ବଢିଛି । ଯଦି ଏମିତି ଭାବରେ ଆଇଫୋନର ରପ୍ତାନୀ ବଢି ଚାଲିବ ୨୦୨୪-୨୫ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରପ୍ତାନୀ ହେବାର ଆଶା କରାଯାଉଛି ।

ଆଇଫୋନ ଉତ୍ପାଦନରେ ଚୀନ ପରେ ଭାତର ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତରେ ଟାଟା, ପେଗାଟ୍ରନ, ୱିଷ୍ଟ୍ରନ, ଫକ୍ସକନ ଭଳି ସଂସ୍ଥା ଆଇଫୋନ ଉତ୍ପାଦନ କରୁଛି । ଫକ୍ସକନ ସର୍ବାଧିକ ୭୦% ଅଧିକ ତିଆରି କରୁଥିବା ବେଳେ ୱିଷ୍ଟ୍ରିନ ୨୭ % ଏବଂ ପେଗାଟ୍ରନ ଅବଶିଷ୍ଟ ଫୋନଗୁଡିକ ଉତ୍ପାଦନ କରୁଛି । ୨୦୧୨-୨୩ ମସିହାରେ ଭାରତରେ ୧୬ ହଜାର କୋଟି ଟଙ୍କାର ଆଇଫୋନ ଉତ୍ପାଦନ ହୋଇଥିବା ବେଳେ ୧୦ ହଜାର କୋଟି ଟଙ୍କାର ରପ୍ତାନୀ କରାଯାଇଥିଲା । ସେହିପରି ୨୨-୨୩ ମସିହାରେ ୬୦ ହଜାର କୋଟି ଟଙ୍କା ଏବଂ ରପ୍ତାନୀ ୪୨ ହଜାର କୋଟି ରହିଥିଲା । ୨୩-୨୪ ମସିହାରେ ୧.୨ଲକ୍ଷ କୋଟି ଟଙ୍କାର ଆଇଫୋନ ଉତ୍ପାଦନ ହୋଇଥିବା ବେଳେ ରପ୍ତାନୀ ୮୫ ହଜାର କୋଟି ଟଙ୍କାର ରହିଛି ।

Get real time updates directly on you device, subscribe now.