fbpx
BSKY SKY
BSKY SKY

ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌: ଆଜି ଶେଷ ମୁକାବିଲା

BSKY

ବେଙ୍ଗାଲୁରୁ: ଆଜି ବେଙ୍ଗଲୁରୁର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଠାରେ ଭାରତ- ଅଷ୍ଟ୍ରେଲିଆ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଂଖଳାର ଶେଷ ମ୍ୟାଚ୍ ଖେଳା ଯିବ । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ପାଣିପାଗ ସ୍ଥିତିକୁ ନେଇ ଆଶଙ୍କା ଦେଖା ଦେଇଛି । କହିରଖୁଛୁ ଏହି ଶୃଙ୍ଖଳାରେ ଭାରତୀୟ ଦଳ ଉତ୍ତମ ପ୍ରଦର୍ଶନ କରି ୩-୧ରେ ଆଗୁଆ ରହିଛି । ଆଜି ଦୁଇ ଦଳ ମଧ୍ୟରେ ଶେଷ ମ୍ୟାଚ୍ ଥିବାରୁ ମୁକାବିଲା ଚ୍ୟାଲେଞ୍ଜିଂ ରହିବ । ବର୍ତ୍ତମାନ ଭାରତୀୟ ଦଳ ପାଇଁ ଏହା ହେବ ଶେଷ ଘରୋଇ ଆନ୍ତର୍ଜାତୀୟ ମ୍ୟାଚ୍ । ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ଶୃଙ୍ଖଳା ଶେଷ କରିବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଯୋଜନା ରଖିଛି ।

ରିପୋର୍ଟ ଅନୁଯାୟୀ ମ୍ୟାଚ୍‌୍ ସମୟରେ ବେଙ୍ଗାଲୁରୁର ଆକାଶ ସମ୍ପୂର୍ଣ୍ଣ ମେଘାଛନ୍ନ ରହିବ ଏବଂ ବାତାବରଣରେ ୮୩% ଆଦ୍ରତା ରହିବ । କିନ୍ତୁ ବର୍ଷା ହେବାର ସମ୍ଭାବନା ମାତ୍ର ୩% । ଏଭଳି ପରିସ୍ଥିତିରେ କ୍ରିକେଟ ପ୍ରେମୀଙ୍କୁ ମ୍ୟାଚ୍ ଦେଖିବାର ଆଶା ବଜାୟ ରହିଛି ।

Get real time updates directly on you device, subscribe now.