ଓଡ଼ିଶା ଭାସ୍କର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର- ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟର ଟିମ୍ ଇଣ୍ଡିଆକୁ ଚକମା ଦେଉଛି ପର୍ଥ ପିଚ୍ । ଭିନ୍ନ ମୋଡ ନେଇ ସାରିଛି ପର୍ଥ ଟେଷ୍ଟ । ଭାରତୀୟ ବ୍ୟାଟିଂ ଅର୍ଡରକୁ ଧ୍ୱଂବିଧ୍ୱଂସ କରିଦେଇଛି ଅଷ୍ଟ୍ରେଲିଆ ଦଳ । ପର୍ଥ ଟେଷ୍ଟ ରେ ସଂଘର୍ଷରତ ଟିମ୍ ଇଣ୍ଡିଆ। ଭାରତୀୟ ଦୁର୍ଦ୍ଦଶ ବ୍ୟାଟର ତଥା ୱିକେଟ ରକ୍ଷକ ଋଷଭ ପନ୍ତ ମୋଟ ୭୩ ବଲ ଖେଳି ୩୭ rରନ୍ କରି ଲଡୁଛନ୍ତି। ତାଙ୍କ ସହ ନୀତିଶ କୁମାର ରେଡ୍ଡୀ କ୍ରିଜ୍ ରେ ଅପରାଜିତ ରହିଛନ୍ତି । ସେ ୨୭ ରନ କରି ଖେଳୁଛନ୍ତି । ଭାରତ ୧୨୧ ରନ କରି ୬ ୱିକେଟ ହରାଇଛି ।
ପ୍ରକାଶ ଥାଉ ଯେ, ଟସ୍ ଜିତି ଭାରତୀୟ ଅଧିନାୟକ ଯଶପ୍ରୀତ ବୁମରା ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ । ଯାହା ତାଙ୍କ ପାଇଁ ବୁମେରାଂ ହୋଇଛି । ନିଜେ ଖାଲରେ ପଡ଼ିଛି ଟିମ୍ ଇଣ୍ଡିଆ । କହିରଖୁ, ପର୍ଥ ରେ କଙ୍ଗାରୁ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହେଉଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ତଥା ଷ୍ଟାର ବୋଲର ମିଚେଲ ଷ୍ଟାର୍କଙ୍କୁ ୨ ଟି ୱିକେଟ ମିଳିଥିବାବେଳେ ମିଚେଲ ମାର୍ଶ ଓ ଜୋଶ ହେଜଲ୍ ହୁଡ ମଧ୍ୟ ୨ ଟି ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ ପ୍ରଥମ ଟେଷ୍ଟର ବ୍ୟାକଫୁଟ କୁ ଚାଲି ଯାଇଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ଦଳର ଘାତକ ବୋଲିଂ ଭାରତୀୟ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଛି। ଖବର ଲେଖା ହେବା ବେଳକୁ ଟିମ୍ ଇଣ୍ଡିଆ ୩୬.୨ ଓଭର ଖେଳି ୯୧ ରନ କରିଛି ଓ ୬ ୱିକେଟ ହରାଇ ସାରିଛି । କହିରଖୁ, ଆଜିର ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପକ୍ଷରୁ ହର୍ଷିତ ରାଣା ଓ ନୀତିଶ ପଦାର୍ପଣ କରିଛନ୍ତି ।
ମ୍ୟାଚ୍ ଆରମ୍ଭ ହେବା କ୍ଷଣି ଭାରତର ବ୍ୟାଟିଂ ଅର୍ଡର ତାସ ପତ୍ତା ଭଳି ଭୁଶୁଡ଼ି ଚାଲିଥିଲା । ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଖାତା ଖୋଲି ପାରି ନାହାନ୍ତି ପର୍ଥ ରେ । ଫର୍ମ ପାଇଁ ସଂଘର୍ଷ କରୁଥିବା ବିରାଟ ମଧ୍ୟ ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରି ଯାଇଛନ୍ତି । ଷ୍ଟାଇଲିସ୍ ବ୍ୟାଟର କେ. ଏଲ ରାହୁଲ ମଧ୍ୟ କିଛି ସମୟ ଲଢି ଥିଲେ ମଧ୍ୟ ସେ ୭୪ ବଲ୍ ଖେଳି ୨୬ ରନ୍ କରି ଆଉଟ୍ ହୋଇଛନ୍ତି । ଟିମ୍ ଇଣ୍ଡିଆର ଅଲ୍ ରାଉଣ୍ଡର ୱାଶିଂଟନ୍ ସୁନ୍ଦର ମାତ୍ର ୪ ରନ କରିଥିବାବେଳେ ୱିକେଟ ରକ୍ଷକ ବ୍ୟାଟର ଧ୍ରୁବ ଜୁରେଲ ୧୧ ରନ୍ କରି ପଡିଆ ଛାଡିଥିଲେ । ସେହିପରି ଦେବଦତ୍ତ ପଡ଼ିକଲ ବି ମ୍ୟାଚ୍ ରେ ଖାତା ଖୋଲି ପାରି ନାହାନ୍ତି ।