୨ ୱିକେଟ୍ କିପରଙ୍କୁ ନେଇ ଖେଳିବ ଟିମ୍ ଇଣ୍ଡିଆ; ବାହାରିବେ ରୋହିତ-ଗିଲ-ଜାଡେଜା, ପ୍ଲେଇଂ ଇଲେଭେନ୍…

ମୁମ୍ୱାଇ: ବର୍ଡର ଗାଭାସ୍କର ଟ୍ରଫି୨୦୨୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୨୨ରୁ ପର୍ଥରେ ଖେଳାଯିବ। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ, ତେଣୁ ପର୍ଥ ଟେଷ୍ଟରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ କିଏ ଓପନିଂ କରିବ ତାହା ଏକ ରୋଚକ ବିଷୟ ହୋଇ ରହିଛି। ପର୍ଥ ପିଚ୍ ରେ ଏତେଟା ଦମଦାର୍ ଖେଳ ଦେଖିବାକୁ ମିଳିନପାରେ, ତେଣୁ ବୋଲିଂ କମ୍ବିନେସନ୍ କୁ ମଧ୍ୟ ବୁଝାମଣା ସହ ପ୍ରସ୍ତୁତ କରିବାକୁ ପଡ଼ିବ। ଦଳ ୨ ଜଣ ସ୍ପିନ ବୋଲରଙ୍କୁ ନେଇ ଯିବ ନା ଭାରତ ୪ ଜଣ ଦ୍ରୁତ ବୋଲରଙ୍କ ବିକଳ୍ପ ବାଛିବ? ତେବେ ଆସନ୍ତୁ ଜାଣିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳରେ କେଉଁ ରହିବେ?

ରୋହିତ ଶର୍ମା ନଭେମ୍ବର ୨୪ ତାରିଖ ରବିବାର ପର୍ଥରେ ଟିମ୍ ଇଣ୍ଡିଆରେ ଯୋଗ ଦେବେ। ଏଭଳି ସ୍ଥିତିରେ ତାଙ୍କ ସ୍ଥାନରେ କେଏଲ୍ ରାହୁଲଙ୍କୁ ଦେଖିବାକୁ ମିଳୁଛି। ରାହୁଲ ମଧ୍ୟ ଓପନିଂ ପାଇଁ ସର୍ବୋତ୍ତମ ବିକଳ୍ପ କାରଣ ତାଙ୍କ ପାଖରେ ୭୫ ଟି ଇନିଂସରେ ଇନିଂସ ଆରମ୍ଭ କରିବାର ଅଭିଜ୍ଞତା ରହିଛି । ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୭୫ଟି ଇନିଂସରେ ୭ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ୨୫୫୧ ରନ୍ କରିଛନ୍ତି। ଶୁଭମନ ଗିଲଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ସ୍ଥାନରେ ଦେବଦତ୍ତ ପଡିକଲଙ୍କୁ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଖେଳିବାର ସୁଯୋଗ ମିଳିପାରେ । ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ ବେଳେ ସେ ୬୫ ରନ୍ କରିଥିଲେ। ବିରାଟ କୋହଲି ସବୁଦିନ ଭଳି ଚତୁର୍ଥ କ୍ରମର ଭାର ସମ୍ଭାଳିବେ।

ଶୁଭମନ ଗିଲଙ୍କ ଆଘାତ ଯୋଗୁଁ ମଧ୍ୟକ୍ରମ ବ୍ୟାଟିଂରେ ମଧ୍ୟ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଯଦି ରୋହିତ ଶର୍ମା ଦଳରେ ଥାଆନ୍ତି ତେବେ କେଏଲ୍ ରାହୁଲ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥାନ୍ତା। କିନ୍ତୁ ଏବେ ରାହୁଲଙ୍କ ଓପନିଂ ସମ୍ଭାବନା ବହୁତ ଅଧିକ ଥିବାରୁ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଙ୍କୁ ଷଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ବ୍ୟତୀତ ଋଷଭ ପନ୍ତଙ୍କ ସ୍ଥାନ ମଧ୍ୟ ପ୍ରାୟ ନିଶ୍ଚିତ ହୋଇଯାଇଛି। ପିଚ୍ କ୍ୟୁରେଟର ଆଇଜାକ୍ ମ୍ୟାକ୍ଡୋନାଲ୍ଡ ସ୍ପଷ୍ଟ କରିଛନ୍ତି ଯେ ପର୍ଥ ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଉପଯୁକ୍ତ ହେବ। ଏଭଳି ସ୍ଥିତିରେ ଉଭୟ ଦଳ ୪ ଜଣ ଦ୍ରୁତ ବୋଲର ଓ ଜଣେ ସ୍ପିନରଙ୍କୁ ନେଇ ଫିଲ୍ଡିଂ କରିପାରିବେ।

ଯଶପ୍ରୀତ ବୁମ୍ରା ଭାରତୀୟ ବୋଲିଂର ନେତୃତ୍ୱ ନେବେ, ତାଙ୍କୁ ପେସ୍ ଆକ୍ରମଣରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସମର୍ଥନ ମିଳିପାରେ। ନୀତୀଶ କୁମାର ରେଡ୍ଡୀ ଦଳର ଚତୁର୍ଥ ଦ୍ରୁତ ବୋଲିଂ ବିକଳ୍ପ ହୋଇପାରନ୍ତି। ପ୍ରଥମ ଏକାଦଶରେ ରବିଚନ୍ଦ୍ରନ ଅଶ୍ୱିନ ଏକମାତ୍ର ସ୍ପିନର ହୋଇପାରନ୍ତି। ପ୍ରଥମ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନ୍: ଯଶସ୍ୱୀ ଜୟସ୍ୱାଲ, କେଏଲ୍ ରାହୁଲ, ଦେବଦତ୍ତ ପଡିକ୍କଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା (ଅଧିନାୟକ), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।