ଆଜିଠୁ ଲର୍ଡସରେ ଭାରତ-ଇଂଲଣ୍ଡ ମୁହାଁମୁହିଁ, ଟିମକୁ ଫେରିଲେ ଏହି ଖେଳାଳି

ଐତିହାସିକ ଲର୍ଡସ ଷ୍ଟାଡିୟମରେ ଆଜିଠୁ ଭାରତ-ଇଂଲଣ୍ଡ ମୁହାଁମୁହିଁ । ଆଜିଠୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ ।

ନୂଆଦିଲ୍ଲୀ: ଐତିହାସିକ ଲର୍ଡସ ଷ୍ଟାଡିୟମରେ ଆଜିଠୁ ଭାରତ-ଇଂଲଣ୍ଡ ମୁହାଁମୁହିଁ । ଆଜିଠୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ । 5 ମ୍ୟାଚ୍ ବିଶିଷ୍ଟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି ଉଭୟ ଟିମ ।

ଚୂଡ଼ାନ୍ତ ଏକାଦଶରେ ଉଭୟ ଟିମ କରିପାରନ୍ତି ପରିବର୍ତ୍ତନ । 4 ବର୍ଷ ପରେ ଇଂଲଣ୍ଡ ଟିମରେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ସୁଯୋଗ ମିଳିଥିବା ବେଳେ ଭାରତୀୟ ଟିମରେ ସାମିଲ ହୋଇପାରନ୍ତି ବିମରା । 5 ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ସ୍ଥିତି ବରାବର ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୩ୟ ମ୍ୟାଚ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଆଜିଠାରୁ ଖେଳାଯିବ । ଟିମରେ ଜୋଫ୍ରା ଆର୍ଚରଙ୍କୁ ସ୍ଥାନ ମିଳିଛି । ଆର୍ଚର ଦୀର୍ଘଦିନରୁ ଟିମରେ ସାମିଲ ନଥିଲେ । ତାଙ୍କ କହୁଣୀ, ପିଠିରେ ଆଘାତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଥିଲେ । ସେ ୨୦୨୧ରେ ଶେଷ ଟେଷ୍ଟ ଖେଳିଥିଲେ । ୪ ବର୍ଷ ପରେ ଟିମକୁ ଫେରିଲେ ଜୋଫ୍ରା ଆର୍ଚର ।

୩ୟ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେଇଂ ଏକାଦଶ : ଜ୍ୟାକ କ୍ରୋଲି, ବ୍ରେନ ଡକେଟ, ଓଲି ପପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ ଷ୍ଟୋକସ, ଜେମି ସ୍ମିଥ, କ୍ରିସ ବୋକ୍ସ, ବ୍ରାୟଡନ କୋର୍ସ, ଜୋଫ୍ରା ଆର୍ଚର, ଶୋଏବ ବଶୀର ।