fbpx

ପ୍ରଥମ ପରେ ପୁଣି ଧୋଇଗଲା ଭାରତର ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌, ବର୍ଷା ପାଇଁ ବାତିଲ ହେଲା ମ୍ୟାଚ୍‌

Advertisement

ଓଡିଶା ଭାସ୍କର; ଭାରତର ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍ ବି ବର୍ଷାରେ ଧୋଇଗଲା । ବର୍ଷା ଯୋଗୁ କେରଳର ତିରୁବନନ୍ତପୁରମ୍‌ରେ ଖେଳାଯିବାକୁ ଥିବା ନେଦରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌ ବାତିଲ ହୋଇଛି। ପୂର୍ବରୁ ଗୌହାଟୀରେ ଭାରତ ଓ ଇଂଲଣ୍ତ ମଧ୍ୟରେ ହେବାକୁ ଥିବା ୱାର୍ମଅପ ମ୍ୟାଚରେ ବି ବର୍ଷା ବାଧକ ସାଜିଥିଲା । ଯାହାକୁ ନେଇ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌କୁ ବାତିଲ କରାଯାଇବା ବେଳେ ଏବେ ପୁଣି ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌କୁ ବାତିଲ କରାଯାଇଛି । ତେବେ ବର୍ତ୍ତମାନ ଭାରତୀୟ ଦଳ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ସହ ବିଶ୍ୱକପ୍‌ରେ ଯାତ୍ରା ଆରମ୍ଭ କରିବ। ଏହି ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି।

ସୂଚନା ଥାଉକି, ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍‌ ମହାଲଢେଇ । ଏହାକୁ ନେଇ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଅକ୍ଟୋବର ୮ରେ ହେବ ବୋଲି ନିର୍ଦ୍ଧାରିତ ହୋଇଛି । ଏହା ପରେ ଦଳ ଅକ୍ଟୋବର ୧୧ରେ ଦିଲ୍ଲୀରେ ଆଫଗାନିସ୍ତାନ ସହିତ ମୁହାଁମୁହିଁ ହେବ। ସେହିପରି ଟିମ ଇଣ୍ଡିଆର ତୃତୀୟ ମ୍ୟାଚ ଅକ୍ଟୋବର ୧୫ରେ ପାକିସ୍ତାନ, ଅକ୍ଟୋବର ୧୯ରେ ପୁଣେରେ ବାଂଲାଦେଶ, ଅକ୍ଟୋବର ୨୨ରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ, ଅକ୍ଟୋବର ୨୯ରେ ଲକ୍ଷ୍ନୌରେ ଇଂଲଣ୍ଡ, ନଭେମ୍ବର ୨ରେ ମୁମ୍ବାଇରେ ଯୋଗ୍ୟତା ଦଳ, ୫ ନଭେମ୍ବରରେ କୋଲକାତାରେ ଦକ୍ଷିଣ ଆଫ୍ରିକା ଏବଂ ୧୧ ନଭେମ୍ବର ବେଙ୍ଗାଲୁରୁର ଯୋଗ୍ୟତା ଦଳ ସହ ହେବ ବୋଲି ପୂର୍ବ ନିର୍ଦ୍ଧାରିତ ହୋଇ ରହିଛି।

ଏଠାରେ କହି ରଖୁଛୁ ଯେ, ବିଶ୍ୱକପ ପୂର୍ବରୁ ସମସ୍ତ ୧୦ଟି ଦଳ ୨-୨ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବେ। ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଥିବା ୱାର୍ମଅପ ମ୍ୟାଚ ଆଜି ଅର୍ଥାତ ୩ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ପ୍ରଥମ ଏବଂ ଶେଷ ଦିନରେ ୩-୩ ମ୍ୟାଚ ହେବ, ଅବଶିଷ୍ଟ ଦୁଇ ଦିନରେ ୨-୨ ମ୍ୟାଚ ଖେଳାଯିବ ବୋଲି ଏହାର ନିୟମ ରହିଛି ।

Get real time updates directly on you device, subscribe now.