fbpx

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ : କେମିତି ରହିବ ତୃତୀୟ ଦିନ ପାଗ, କ’ଣ ବର୍ଷା ବିଗାଡିବ ଖେଳ ?

Advertisement

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍ଥିତି ମଜବୁତ ରହିଛି। ତୃତୀୟ ଦିନରେ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ ଯୋଡି ଉପରେ ଇନିଂସ ସମ୍ଭାଳିବାର ବଡ ଦାୟିତ୍ଵ ରହିଛି। ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାତିଲ୍ ହୋଇଥିବା ବେଳେ ଦ୍ଵିତୀୟ ଦିନ ଖରାପ ଆଲୋକ ଯୋଗୁଁ ପୂରା ଓଭର ଖେଳା ଯାଇ ପାରିନଥିଲା। ଏମିତିରେ କ୍ରିକେଟ୍ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଯେ, କଣ ତୃତୀୟ ଦିନରେ ପୂରା ଖେଳ ହୋଇ ପାରିବ ନା ବର୍ଷା ପୁଣି ଥରେ ବାଧକ ହେବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମ୍ୟାଚର ତୃତୀୟ ଦିନ ମଧ୍ୟ ବାଦଲ ଛାଇ ରହିବ ଏବଂ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏଥିରେ ଖେଳ ଅଧିକ ପ୍ରଭାବ ହେବ ନାହିଁ ବୋଲି ଆଶା କରାଯାଉଛି। ସାଉଥମ୍ପଟନରେ ତୃତୀୟ ଦିନରେ ଖେଳ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଦ୍ଵିତୀୟ ଦିନ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୪୬ ରନ କରିଛି।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୪୪ ଓ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ୨୯ ରନ କରି କ୍ରିଜରେ ଅଛନ୍ତି। ବିରାଟ ଓ ରାହାଣେଙ୍କ ମଧ୍ୟରେ ଚତୃର୍ଥ ଓ୍ଵିକେଟରେ ୫୮ ରନ ଯୋଡି ସାରିଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ୩୪ ଓ ଶୁବମାନ ଗିଲ୍ ୨୮ ରନ କରି ଓପନିଂ ଓ୍ଵିକେଟରେ ୬୨ ରନ ଯୋଡିଥିଲେ।  ହେଲେ ଦଳ ମିଳିଥିବା ଭଲ ଆରମ୍ଭର ଫାଇଦା ଉଠାଇ ପାରିନଥିଲା। ଚେତେଶ୍ଵର ପୂଜାରା ୫୪ ବଲର ସମ୍ମୁଖୀନ ହୋଇ ମାତ୍ର ୮ ରନ କରି ପାଭିଲିୟନ ଫେରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ନିଲ ଓ୍ଵାଗନର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Get real time updates directly on you device, subscribe now.