fbpx
BJD
BJD SKY
BJD SKY

ଭାରତ-ପାକ୍ ମହାମୁକାବିଲା : ଏମିତି ହୋଇପାରେ ଦୁଇ ଦଳର ପ୍ଲେଇଙ୍ଗ ଇଲେଭେନ, ଜାଣନ୍ତୁ କିପରି ରହିବ ପିଚ୍ ଏବଂ ପାଣିପାଗ

BJD

ନୂଆଦିଲ୍ଲୀ : ମହାମୁକାବିଲାର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଟି-୨୦ ବିଶ୍ୱ କପ ୨୦୨୧ର ସୁପର ୧୨ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଖେଳାଳି ପ୍ରସ୍ତୁତ, ମଇଦାନ ପ୍ରସ୍ତୁତ ଏବଂ ଦର୍ଶକ ମଧ୍ୟ ପ୍ରସ୍ତୁତ । ଖାଲି ସନ୍ଧ୍ୟା ୭ଟା ୩୦କୁ ଅପେକ୍ଷା । ଏହି ହାଇ ଭୋଲଟେଜ୍ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ସମସ୍ତ କ୍ରିକେଟ୍ ପ୍ରଶଂସକଙ୍କ ନଜର ଏବେ ଏହି ମୁକାବିଲା ଉପରେ ରହିଛି । ବିଶ୍ୱ କପରେ ଏ ପର୍ଯ୍ୟନ୍ତ ପାକିସ୍ତାନ ଭାରତ ବିପକ୍ଷରେ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ । ତେଣୁ ଦଳ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ସେହି ପରି ଭାରତ ବିଶ୍ୱ କପରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ନିଜର ରେକର୍ଡ କାଏମ କରିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା ଏହି ମୁକାବିଲା କେମିତି ରହିବ ଦୁଇ ଦଳର ଚୂଡାନ୍ତ ଏକାଦଶ । ଦୁବାଇ ପିଚରେ ବୋଲର ନା ବ୍ୟାଟସମ୍ୟାନ ବାଜି ମାରିବେ ?

ପାକିସ୍ତାନ ତାର ୧୨ ଜଣିଆ ଦଳ ଘୋଷଣା କରି ସାରିଛି । ଏବେ ଭାରତୀୟ ଦଳ ଉପରେ ସଭିଙ୍କ ନଜର । କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ କୋହଲି ମଇଦାନକୁ ଓହ୍ଲାଇବେ ତାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି ।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ଭାରତ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ।

ପାକିସ୍ତାନ

ମହମ୍ମଦ ରିଜୱାନ, ବାବର ଆଜମ(ଅଧିନାୟକ), ଫକର ଜମାନ, ମହମ୍ମଦ ହାଫିଜ, ସୋଏବ ମଲିିକ, ଆଶିଫ ଅଲ୍ଲୀ, ଇମାଦ ୱାସିମ, ଶାଦାବ ଖାନ, ଶାହିନ ଶାହ ଆଫ୍ରିଦି, ହସନ ଅଲ୍ଲୀ, ହରିସ ରଉଫ ।

ପିଚ୍ ରିପୋର୍ଟ

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ପିଚ୍ ବ୍ୟାଟିଂ ଉପଯୋଗୀ ଏବଂ ଆଇପିଏଲରେ ଏହି ମଇଦାନରେ ଖୁବ୍ ରନ ହୋଇଛି । ତେଣୁ ଭାରତ ଓ ପାକିସ୍ତାନ ମ୍ୟାଚରେ ମଧ୍ୟ ଭଲ ସ୍କୋର ଦେଖିବାକୁ ମିଳିପାରେ । ଦୁବାଇରେ ବିଜୟ ଲକ୍ଷ୍ୟ ପିଛା କରୁଥିବା ଦଳ ଅଧିକ ମ୍ୟାଚ୍ ଜିତିଛି । ଏମିତିରେ ଟସ୍ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇପାରେ । କାକରର ମଧ୍ୟ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ । ଏହି ମଇଦାନରେ ପ୍ରଥମେ ବ୍ୟାଟିଂ କରିଥିବା ଦଳର ହାରାହାରି ସ୍କୋର ୧୬୮ ରହିଛି । ଦୁବାଇରେ ରନର ପିଛା କରିଥିବା ଦଳ ୬୦ ପ୍ରତିଶତ ମୁକାବିଲାରେ ବିଜୟ ହାସଲ କରିଛନ୍ତି ।

କେମିତି ରହିବ ପାଣିପାଗ

ଦୁବାଇରେ ଅକ୍ଟୋବର ୨୪ ତାରିଖ ପାଣିପାଗ ଗରମ ରହିବ । ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ତେଣୁ ଭାରତ-ପାକିସ୍ତାନ ମ୍ୟାଚରେ ପାଣିପାଗ ନେଇ କୌଣସି ଚିନ୍ତା ନାହିଁ । ଦୁଇ ଦଳ ପାଖରେ ଏହି ମଇଦାନରେ କ୍ରିକେଟ୍ ଖେଳିବାର ବହୁତ ଅନୁଭବ ଏବଂ ଅଭିଜ୍ଞତା ରହିଛି । ଭାରତୀୟ ଖେଳାଳି ନିକଟରେ ଏହି ପଡିଆରେ ଆଇପିଏଲ ୨୦୨୧ ଖେଳିଥିବାବ ବେଳେ ପାକିସ୍ତାନର ଏହା ଦ୍ୱିତୀୟ ଘର କୁହାଯାଏ ।

Get real time updates directly on you device, subscribe now.