fbpx

ଏସିଆନ୍ ଚାମ୍ପିୟନ୍ସ ଟ୍ରଫି: କୋରିଆକୁ ୩-୧ ଗୋଲରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଚାଇନାରେ ଖେଳାଯାଉଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ କୋରିଆକୁ ୩-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଭାରତ ଓ କୋରିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଅରିଜିତ ସିଂହ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିବା ପରେ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରେ ଆଉ ଏକ ଗୋଲ ସ୍କୋର କରିଥିଲେ ।

୪୩ ତମ ମିନିଟ୍ ରେ ହରମନପ୍ରୀତ ସିଂହ ଭାରତ ପାଇଁ ତୃତୀୟ ଗୋଲ୍ ଦେଇଥିଲେ । କୋରିଆ ବିପକ୍ଷରେ ଭାରତର ଏହି ବିଜୟ ଚଳିତ ଏସୀୟ ଚାମ୍ପିୟନ୍ସ ଟ୍ରଫିରେ କ୍ରମାଗତ ଚତୁର୍ଥ ବିଜୟ । ଭାରତର ପରବର୍ତ୍ତୀ ମ୍ୟାଚ୍ ପାକିସ୍ତାନ ସହ ହେବ । ଏହା ପୂର୍ବରୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚୀନକୁ ୩-୦, ଜାପାନକୁ ୫-୦ ଏବଂ ମାଲେସିଆକୁ ୮-୧ ଗୋଲରେ ପରାସ୍ତ କରିଥିଲା ।

Get real time updates directly on you device, subscribe now.