fbpx

ଆଜି ତୃତୀୟ ଦିନିକିଆ: କ୍ଳିନ୍‌ ସୁଇପ୍‌ ଲକ୍ଷ୍ୟରେ ରୋହିତ୍‌ ବାହିନୀ, ସମ୍ମାନ ବଞ୍ଚାଇବାକୁ ଲଢ଼ିବେ ୱେଷ୍ଟଇଣ୍ଡିଜ ଟିମ୍

Advertisement

ଅହମଦାବାଦ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରି ନେଇଛି । ତେଣୁ ତୃତୀୟ ତଥା ଶେଷ ମ୍ୟାଚରେ ମଧ୍ୟ ଅନୁରୂପ ସଫଳତା ଦୋହରାଇ ୩-୦ରେ ସିରିଜ କ୍ଳିନ୍‌ ସୁଇପ କରିବା ଲକ୍ଷ୍ୟରେ ରହିଛି ଭାରତ । ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ବୋଲରଙ୍କ ସଫଳତାକୁ ଆଧାର କରି ଭାରତ ଜବରଦସ୍ତ ବିଜୟ ହାସଲ କରିଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ୱେଷ୍ଟଇଣ୍ଡିଜ ଦୁଇଟି ଯାକ ମ୍ୟାଚରେ ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପୂର୍ଣ୍ଣ ୫୦ ଓଭର ଖେଳିବାକୁ ସମର୍ଥ ହୋଇ ପାରି ନାହିଁ । ଅନ୍ୟପଟରେ ୱେଷ୍ଟ ଇଣ୍ଡିଜ ସମ୍ମାନ ବଞ୍ଚାଇବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ହୋଇଛି।

ଦ୍ୱିତୀୟ ମ୍ୟାଚରେ ଭାରତ ୨୩୭ ରନ କରି ଥିଲେ ହେଁ ୱେଷ୍ଟଇଣ୍ଡିଜ ଏହି ସ୍କୋରକୁ ଅତିକ୍ରମ କରିବା କଷ୍ଟକର ହୋଇ ପଡିଥିଲା । ଭାରତୀୟ ଦଳର ଦୁଇ ଭେଟେରାନ ପେସ୍‌ ବୋଲର ମହମଦ ସାମି ଓ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଅନ୍ୟାନ୍ୟ ଯୁବ ବୋଲ ମାନେ ଅତି ଚର୍ମକାର ପ୍ରଦଦର୍ଶନ କରିବା ଫଳରେ ଆଗୁଆ ସିରିଜ ବିଜୟୀ ହେବା ଦିଗରେ ଭାରତ ସଫଳ ହୋଇ ପାରିଛି ।

ୱେଷ୍ଟଇଣ୍ଡିଜ ଦଳ ଦ୍ୱିତୀୟ ଦିନିକିଆରେ ପରାଜିତ ହୋଇଥିଲେ ହେଁ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା । କିରେନ ପୋଲାର୍ଡଙ୍କ ସ୍ଥାନରେ ଖେଳିଥିବା ଓଡିୟନ ସ୍ମିଥ୍‌ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ପ୍ରଶଂସକ ସୃଷ୍ଟି କରିଥିଲେ । ଶୁକ୍ରବାର ପୋଲାର୍ଡ ଏକାଦଶକୁ ଫେରିବେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ନିକୋଲାସ୍‌ ପୂରନ, ସାଇ ହୋପ୍‌, ବ୍ରାଣ୍ଡନ କିଙ୍ଗ୍‌ ପ୍ରମୁଖ ସଫଳ ହେଲେ ୱେଷ୍ଟ ଇଣ୍ଡିଜ୍‌ର ବିଜୟ ସମ୍ଭବ ହୋଇପାରିବ । ଏହି ସିରିଜ ପରେ ଦୁଇ ଦେଶ କୋଲାକାତାରେ ଖେଳିବେ ଟି-୨୦ ସିରିଜ ।

Get real time updates directly on you device, subscribe now.