fbpx

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ: ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ମ୍ୟାଚ୍‌ ଉପଭୋଗ ସୁଯୋଗ ଦେବା ପାଇଁ ବିସିସିଆଇକୁ ଅନୁରୋଧ

କୋଲକାତା: ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜ ଆଉ ପାଞ୍ଚ ଦିନ ପରେ ସ୍ଥାନୀୟ ଇଡେନ ଗାର୍ଡନ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେଣୁ ଏହି ସିରିଜ ଉପଭୋଗ କରିବା ପାଇଁ ସ୍ଥାନୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି । ମାତ୍ର କରୋନା ପ୍ରଭାବ ବର୍ତ୍ତମାନ ସୁଦ୍ଧା ଲାଗି ରହିଥିବାରୁ ଷ୍ଟାଡିୟମରେ ବସି ମ୍ୟାଚ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀଙ୍କ ପକ୍ଷରୁ ଦାବି ହେଉଛି । ତେଣୁ ପଶ୍ଚିମବଙ୍ଗ ସରକାର ଏଥିପାଇଁ ସବୁଜ ସଙ୍କେତ ଦେଇଥିଲେ ହେଁ ବିସିସିଆଇ ଏ ପର୍ଯ୍ୟନ୍ତ ଅନୁମତି ଦେଇନାହିଁ । କାରଣ କରୋନା ଧୀରେ ଧୀରେ ହ୍ରାସ ପାଇ ଆସୁଥିବା ବେଳେ ପୁଣି ମ୍ୟାଚ ସମୟରେ ବହୁ ଲୋକଙ୍କ ସମାଗମ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରୁଛି ବିସିସିଆଇ । ସେହି ଦୃଷ୍ଟିରୁ ବିସିସିଆଇ କୌଣସି ନିଷ୍ପତ୍ତି ନେଇ ପାରୁନି । ମାତ୍ର ବିଚାର ବିମର୍ଷ ଚଳାଇଛି । ଅନ୍ୟ ପକ୍ଷରେ ଷ୍ଟାଡିମୟରେ ଦର୍ଶକଙ୍କୁ ମ୍ୟାଚ ଉପଭୋଗ ସୁଯୋଗ ଦେବା ପାଇଁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ବିସିସିଆଇକୁ ଅନୁରୋଧ କରିଛି ।

Get real time updates directly on you device, subscribe now.