ବାଃ ବାଃ ଭାରତ: ପାକିସ୍ତାନକୁ ଆଗୁଆ ଦେଲା ବନ୍ୟାର ଚେତାବନୀ, ସୋସିଆଲ ମିଡିଆରେ ଲୋକେ କଲେ ପ୍ରଶଂସା
ପାକିସ୍ତାନକୁ ଆଗୁଆ ବନ୍ୟା ହେବାର ଚେତାବନୀ ଦେଲା ଭାରତ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଜମ୍ମୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କହୁଛି ଯେ, ମେ ମାସର ଯୁଦ୍ଧ ପରେ ଏହା ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପ୍ରଥମ ଭଲ ସମ୍ପର୍କ।
ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଅଗଷ୍ଟ 24 ତାରିଖରେ ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୋଗ ଜମ୍ମୁର ତାୱି ନଦୀରେ ବନ୍ୟା ସମ୍ଭାବନା ବିଷୟରେ ପାକିସ୍ତାନୀ ଅଧିକାରୀମାନଙ୍କୁ ସୂଚନା ଦେଇଥିଲା। ଭାରତର ଏହି ପଦକ୍ଷେପ ପରେ, ପାକିସ୍ତାନ ମଧ୍ୟ ଏକ ଚେତାବନୀ ଜାରି କରିଥିଲା।
ପହଲଗାମ ଆତଙ୍କୀ ହମଲା: ଏପ୍ରିଲ 22 ତାରିଖରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ 26 ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ଘୋଷଣା କରିଥିଲେ। ପାକିସ୍ତାନରେ ବନ୍ୟା ସତର୍କତା ଏପରି ସମୟରେ ଆସିଛି ଯେତେବେଳେ ଏହି ଚୁକ୍ତିନାମା ସ୍ଥଗିତ ରହିଛି।
ସୋସିଆଲ ମିଡିଆରେ ପ୍ରଶଂସା: ଲୋକେ ସୋସିଆଲ ମିଡିଆରେ ଭାରତର ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି। କେତେକ ଏହାକୁ ଭାରତର ଉଦାରତାର ଏକ ନିଦର୍ଶନ ବୋଲି କହୁଛନ୍ତି ତ ଅନ୍ୟ କେତେକ ଏହାକୁ ସମସ୍ୟାରେ ପଡ଼ିଥିବା ପଡ଼ୋଶୀଙ୍କୁ ସାହାଯ୍ୟ ଭାବରେ ଉପସ୍ଥାପନ କରୁଛନ୍ତି।