fbpx

ଭାରତ-ନ୍ୟୁଜିଲାଣ୍ଡର ଆଜି ଶେଷ ଟକ୍କର, ବ୍ୟାଟିଂ କରିବ ଭାରତ

Advertisement

ଖ୍ରୀଷ୍ଟଚର୍ଚ୍ଚ: ଆଜି ଭାରତ ଓ ନ୍ୟୁଜିଲାଣ୍ଡର ତୃତୀୟ ତଥା ଶେଷ ମ୍ୟାଚ । ଖ୍ରୀଷ୍ଟଚର୍ଚ୍ଚରେ ଏହି ମ୍ୟାଚଟି ଖେଳାଯିବ ।ଦ୍ୱିତୀୟ ଦିନରେ ବର୍ଷା ହେବା ପରି ବୁଧବାର ହଗଲି ଓଭାଲେରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତଥାପି ମ୍ୟାଚକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ଟସ୍ ଜିତିନେଇ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ।

ଏହାର ଅପରିବର୍ତ୍ତିତ ଏକାଦଶ ମ୍ୟାଚରେ ଭାରତ ଖେଳିବ । ବିଶ୍ୱକପ ନଜରରେ ଉଭୟ ଦଳ ସୁପରଲିଗକୁ ଯୋଗ୍ୟତା ଅର୍ଜନ କରିସାରିଛି । ଏହି ଶେଷ ମ୍ୟାଚରେ ଭାରତ ଜୋରଦାର ଖେଳ ପ୍ରଦର୍ଶନ କରିବା ଆବଶ୍ୟକ । କାରଣ ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ନିଜ ନାମରେ କରିସାରିଛି । ଦ୍ୱିତୀୟ ଦିନରେ ବର୍ଷା ପାଇଁ ଭାରତୀୟ ପାଳିରେ ମାତ୍ର ୧୨.୫ ଓଭର ପଡିଥିଲା । ଯଦି ଶେଷ ମ୍ୟାଚ ସଂପୂର୍ଣ୍ଣ ନହୁଏ ତାହେଲେ ଦିନିକିଆ ଶୃଙ୍ଖଳାକୁ ଘରୋଇ ଦଳ ବିନା ପରିଶ୍ରମରେ କବଜା କରିନେବ ।

ବର୍ତ୍ତମାନ ସୁଦ୍ଧା ଭାରତ, ନ୍ୟୁଜିଲାଣ୍ଡ ଗସ୍ତରେ ୫ଟି ମ୍ୟାଚ ଖେଳିଛି । ଏବଂ ଏହି ୫ଟି ମ୍ୟାଚରେ ବର୍ଷାର ପ୍ରଭାବ ପଡିଥିଲା । ତେଣୁ ଏଭଳି ପାଣିପାଗକୁ ନେଇ ଖେଳାଳିମାନେ ଅସନ୍ତୁଷ୍ଟ ଅଛନ୍ତି । ଏହି ପରିସ୍ଥିତିରେ ଆଜି ନ୍ୟୁଜିଲାଣ୍ଡ ଟସ୍ ଜିତିନେଇ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ଶେଷ ଟକ୍କରରେ ଭାରତ ପ୍ରଥମେ ବ୍ୟାଟିଂ କରିବ ।

Get real time updates directly on you device, subscribe now.