fbpx

(Video) ସେମି ଫାଇନାଲରେ ହାରିବ ଭାରତ… କହୁଛି ଇତିହାସ: ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ରହିଛି ଭାରତର ସ୍ଥିତି

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୫ ତାରିଖରେ ବିଶ୍ୱକପ ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପ ସେମି ଫାଇନାଲର ପ୍ରତିଶୋଧ ନେବାକୁ ଚାହିଁବ ରୋହିତ ସେନା । କିନ୍ତୁ ଏହାପୂର୍ବରୁ ଉଭୟଙ୍କ ରେକର୍ଡକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ସ । ସାରା ଭାରତର ଏବେ ଗୋଟିଏ ଚିନ୍ତା, ସେମିଫାଇନାଲରେ କାହାର ହେବ ବିଜୟ? ତେବେ ଆଇସିସି ନକ୍ ଆଉଟରେ ଉଭୟଙ୍କ ରେକର୍ଡ ଅନୁସାରେ ନ୍ୟୁଜିଲାଣ୍ଡର ଦବଦବା ଅଧିକ ରହିଛି । ରେକର୍ଡ କହୁଛି ସେମି ଫାଇନାଲ ହାରିବ ଭାରତ । ଆସନ୍ତୁ ଦେଖିବା କ୍ରିକେଟ ଇତିହାସର ଫଳାଫଳ…

ଆସନ୍ତା ୧୫ ତାରିଖରେ ନ୍ୟୁଜଲାଣ୍ଡ ବିପକ୍ଷରେ ପ୍ରଥମ ସେମିଫାଇନାଲ ଖେଳିବ ରୋହିତ ସେନା । କିନ୍ତୁ ଏହାପୂର୍ବରୁ ଆଇସିସିର ରେକର୍ଡ ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି । ନ୍ୟୁଜିଲାଣ୍ଡ ଦଳ ଚାପରେ ରହିଲେ ବହୁତ ଭଲ ଖେଳେ ବୋଲି ଇତିହାସ ପ୍ରମାଣ ଦେଉଛି । ୨୦୦୦ ମସିହା ଠାରୁ ଏପର୍ଯ୍ୟନ୍ତ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଥର ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ତେବେ ଏଥିରେ ନ୍ୟୁଜିଲାଣ୍ଡ ୬ ଥର ବିଜୟ ହାସଲ କରିଥିବା ବେଳେ ଭାରତ ମାତ୍ର ୨ ଥର ବିଜୟ ହାସଲ କରିଛି । ରେକର୍ଡ ଅନୁସାରେ, ୨୦୦୦, ୨୦୦୭, ୨୦୧୬, ୨୦୧୯ ଏବଂ ୨୦୨୧ ମସିହାରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଛି ନ୍ୟୁଜିଲାଣ୍ଡ । କିନ୍ତୁ ଭାରତ କେବଳ ୨୦୦୩ ଏବଂ ଚଳିତ ବିଶ୍ୱକପରେ ଦୁଇଥର ନ୍ୟୁଜିଲାଣ୍ଡକୁ ମାତ୍ ଦେବାରେ ସଫଳ ହୋଇଛି । ଆଇସିସି ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତର ଏହି ଦୁର୍ବଳ ରେକର୍ଡକୁ ଦେଖି ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।

ସବୁଠାରୁ ବଡ଼ କଥା ହେଉଛି ନ୍ୟୁଜଲାଣ୍ଡକୁ ଭାରତ ବିଶ୍ୱକପରେ ଦୁଇ ଥର ହରାଇ ସାରିଛି । ଏବେ ଭାରତୀୟ ଦଳ ଆଉ ପୂର୍ବ ଭଳି ହୋଇ ନାହିଁ । ୨୦୧୯ର ଦଳ ଚଳିତବର୍ଷ ଦୁଇଗୁଣ ଜୋସ୍ ଏବଂ ଦମଦାର ଫର୍ମରେ ଭରି ରହିଛି ଇଣ୍ଡିଆନ୍ କ୍ରିକେଟ ଟିମ୍ । ଏହାପରେ ଘରୋଇ ପିଚରେ ଭାରତ ଖେଳୁଥିବାରୁ ଏହା ତାକୁ ଜିତିବା ପାଇଁ ବହୁତ ସହାୟକ ହେବ । ପୂର୍ବରୁ ଚଳିତ ବିଶ୍ୱକପର ଲିଗ ଷ୍ଟେଜରେ ଥରେ ନ୍ୟୁଜଲାଣ୍ଡକୁ ପରାସ୍ତ କରି ସାରିଛି ଭାରତ । ବର୍ତ୍ତମାନ ସେମି ଫାଇନାଲରେ ମଧ୍ୟ ଏହି ବିଜୟଦାରା ବଜାୟ ରଖିବାକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ଭାରତୀୟ । ତେଣୁ ଭାରତର ଏହି ଶକ୍ତିଶାଳୀ ଦଳ ପାଇଁ ୨୦୧୯ ବିଶ୍ୱକପ ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି ଆଶା କରାଯାଉଛି । ବିଶ୍ୱକପର ଏହି ସେମି ଫାଇନାଲ ମ୍ୟାଚରେ ଭାରତ ୨୦୧୯ର ପ୍ରତିଶୋଧ ନେବା ସହ ୧୨ ବର୍ଷ ପରେ ବିଶ୍ୱବିଜେତା ହେବାର ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.