fbpx
BSKY SKY
BSKY SKY

ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୫ ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ଆଗକୁ ଆସିଲେ ରାଜ୍ୟ ସରକାର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନରେ ପହଞ୍ଚିଛି । ଭୂସ୍ଖଳନ ପରେ ଟନେଲ ଭିତରେ ୪୦ ଜଣ ଶ୍ରମିକ ଫଶି ରହିଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଉତ୍ତରକାଶୀର ଟନେଲ ଭିତରେ ୫ ଜଣ ଓଡ଼ିଆ ଶ୍ରମିକ ଫଶି ରହିଥିବା ଜଣାପଡ଼ିଛି ।

ତେବେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଅନ୍ୟପକ୍ଷଟେ ଶ୍ରମିକଙ୍କ ଉଦ୍ଧାର ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରାଯାଇଛି । ଏନେଇ ରାଜ୍ୟ ସରକାର ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ସରକାରଙ୍କ ସହ ନିରନ୍ତର ଭାବେ ଯୋଗଯୋଗ ରକ୍ଷା କରୁଛନ୍ତି । ଏଥିସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଏ ନେଇ କଥାବାର୍ତ୍ତା କରିଛନ୍ତି ।

ତେବେ ଟନେଲ ଭିତରେ ମୟୁରଭଞ୍ଜ ୩ ଜଣ ଯୁବକ ଫଶି ରହିଛନ୍ତି । ସେମାନେ ହେଲେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାୟକ, ବେଡ଼ାକୁଦ ଗ୍ରାମର ଧୀରେନ ନାୟକ ଓ ତିରିଂ ବ୍ଲକ ଅନ୍ତର୍ଗତ କୁଲଡିହା ଗ୍ରାମର ରାଜୁ ନାୟକ । ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଏସଡିଆରଏଫ, ଏନଡିଆରଏଫ, ଉତ୍ତରାଖଣ୍ଡ ପୋଲିସ ଓ ଇଣ୍ଡୋ-ତିବତ ବର୍ଡର ପୋଲିସ (ଆଇଟିବିପି) ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ତଦାରଖ କରିଥିଲେ । ଜେସିବି, ପୋକଲିନ ଓ ମେଶିନ ଦ୍ୱାରା ସୁଡ଼ଙ୍ଗ ଖୋଳାଯାଇ ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.