fbpx

Champions Trophy-2025 ପାଇଁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ: ନୂଆ ଭେନୁ୍ୟରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ଆସନ୍ତାବର୍ଷ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ । କିନ୍ତୁ ଏହି ଇଭେଣ୍ଟରେ ଟିମ ଇଣ୍ଡିଆ ର ଉପସ୍ଥିତିକୁ ନେଇ ଏବେ ବି ପ୍ରଶ୍ନବାଚୀ ରହିଛି । ତେବେ ଭାରତ ପାକିସ୍ତାନ ଗସ୍ତ କରିବାର ସମ୍ଭବନା ଖୁବ କମ୍ ରହିଛି । ତେଣୁ ଟୁର୍ଣ୍ଣାମେଣ୍ଟକୁ ନେଇ ଦ୍ୱନ୍ଦ୍ୱରେ ଘାରି ରହିଛି ପାକିସ୍ତାନ ବୋର୍ଡ । ଏହାଭିତରେ ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଚମ୍ପିଆନ୍ସ ଟ୍ରଫି-୨୦୨୫ ଟୁର୍ଣ୍ଣାମେଣ୍ଟ ପିସିବି ଆୟୋଜନ କରୁଥିଲେ ମଧ୍ୟ ଫାଇନାଲ ମ୍ୟାଚ୍ ନିଜ ଦେଶରେ ଆୟୋଜନ କରିପାରିବ ନାହିଁ ପାକିସ୍ତାନ ।

ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘ ର୍ବେରୁ ତିକ୍ତତା ଲାଗି ରହିଛି । ଏହି କାରଣ ଯୋଗୁଁ ୨୦୦୮ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହୋଇ ପାରୁନାହିଁ । ତେବେ ଆସନ୍ତାବର୍ଷ ଏଠାରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନକୁ ନେଇ ମଧ୍ୟ ଭାରତ ପାକିସତାନକୁ ଦ୍ୱନ୍ଦ୍ୱରେ ପକାଇ ରଖିଛି । ରିପୋର୍ଟ ଅନୁସାରେ, ଏସିଆ କପ୍ ଭଳି ଚମ୍ପିଆନ୍ସ ଟ୍ରଫି ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯାଇପାରେ । ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବାର ରହିଛି । କିନ୍ତୁ ଟିମ ଇଣ୍ଡିଆ ଯଦି ଫାଇନାଲରେ ସ୍ଥାନ ପକ୍କା କରିବାରେ ସକ୍ଷମ ହୁଏ, ତେବେ ଏହି ମ୍ୟାଚ୍ ପାକିସ୍ତାନ ବାହାରେ ଖେଳାଯିବ । ତେବେ ଦୁବାଇରେ ମେଗା ଇଭେଣ୍ଟର ଫାଇନାଲ ମ୍ୟାଚ୍ ଖେଳାଯିବାର ସମ୍ଭାବନା ଅଧିକ ରହିଛି ।

ସେହିପରି ଗ୍ରୁପ୍ ଷ୍ଟେଜରେ ମଧ୍ୟ ସମସ୍ତ ମ୍ୟାଚ୍ ପାକିସ୍ତାନ ବାହାରେ ଖେଳିପାରେ ଟିମ ଇଣ୍ଡିଆ । ଏହାବ୍ୟତୀତ ଭାରତ ସେମି ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ଭେନୁ୍ୟ ପରିବର୍ତ୍ତନ କରିବାକୁ ହେବ । ତେବେ ବର୍ତ୍ତମାନ ସୁଦ୍ଧା ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ପାକିସ୍ତାନ ହିଁ ଭେନୁ୍ୟ ଭାବରେ ଚୟନ ହୋଇଛି । ୨୦୨୩ ଏସିଆ କପ୍ ମଧ୍ୟ ପାକିସ୍ତାନ ଆୟୋଜନ କରିଥିବା ବେଳେ ଭାରତ ପାକ୍ ଗସ୍ତ କରିବାକୁ ମନା କରିଥିଲା । ଫଳରେ ଏହି ଇଭେଣ୍ଟକୁ ହାଇବ୍ରିଡ ମଡେଲରେ ଖେଳାଯାଇଥିଲା । ଶ୍ରୀଲଙ୍କାରେ ଭାରତର ସମସ୍ତ ମ୍ୟାଚ୍ ଖେଳାଯିବା ସହ ଫାଇନାଲ ମଧ୍ୟ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା । ତେଣୁ ଚମ୍ପିଆନ୍ସ ଟ୍ରଫି-୨୦୨୫ ପାଇଁ ମଧ୍ୟ ଏହି ଫର୍ମୁଲା ଳାଗୁ ହୋଇପାରେ ।

Get real time updates directly on you device, subscribe now.