Asia Cup Final 2025 : ଭାଙ୍ଗିଗଲା ପାକିସ୍ତାନର ସ୍ବପ୍ନ ; ପରାଜୟର ପାଣି ପିଆଇଲା ଟିମ ଇଣ୍ଡିଆ Asia cup ଫାଇନାଲରେ ମାରିଲା ବାଜି…
Asia Cup Final 2025 : ଭାଙ୍ଗିଗଲା ପାକିସ୍ତାନର ସ୍ବପ୍ନ ; ପରାଜୟର ପାଣି ପିଆଇଲା ଟିମ ଇଣ୍ଡିଆ
ଦୁବାଇ : କୋଟି କୋଟି ଫ୍ୟାନ୍ସଙ୍କ ମନରେ ଅତି ଆନନ୍ଦିତ । ଟସ ଜିତିବା ପରେ ମଧ୍ୟ ମ୍ୟାଚ ଜିତିଲା ଟିମ ଇଣ୍ଡିଆ। ଏସିଆ କପ ଫାଇନାଲରେ ଭାରତ ସମ୍ମୁଖରେ ୧୪୭ ରନର ଟାର୍ଗେଟ୍ ରଖିଥିଲା ପାକିସ୍ତାନ ଯାହାକୁ ଚୁଟିକରେ ପୂରକରିଛି ଟିମ ଇଣ୍ଡିଆ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୬ ରନରେ ଅଲଆଉଟ ହେଇଥିଲା । ଶାହିବଜାଦା ଫରଜାନ ୫୭, ଫଖର ଜମାନଙ୍କ ୪୬ ରନର କରି ଭାରତ ଆଗରେ ୧୪୭ ରନର ଟାର୍ଗେଟ୍ ରଖିଥିଲେ।
ପାକିସ୍ତାନ ଚଳିତ ମ୍ୟାଚ ରେ ଉଭୟ ବୋଲିଂ ଆଉ ବ୍ୟାଟିଂରେ ଖୁବ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ ପୁଣି ନିରାଶ । ଫଳ ସ୍ୱରୂପ ଏସିଆ କପ ଫାଇନାଲରେ ବାଜି ମାରିବାର ଯେଉଁ ଦିବା ସ୍ବପ୍ନ ଦେଖୁଥିଲା ତାହା ଅଧାରେ ରହିଗଲା । ୪୧ ବର୍ଷର ଦୀର୍ଘ ଅପେକ୍ଷା ପରେ ଟିମ ଇଣ୍ଡିଆ ପାକିସ୍ତାନକୁ ପୁଣି ପରାଜୟର ପାଣି ପିଆଇଛି ।
ଭାରତ ପକ୍ଷରୁ କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ ୱିକେଟ ନେଇଥିଲେ କିନ୍ତୁ ଏତେ ଭଲ ପ୍ରଦର୍ଶନ ଟିମ ଇଣ୍ଡିଆ ଫାଇନାଲରେ ବାଜି ମାରିନେଲା।
ଯେଉଁ ଟାଇଟଲ ପାଇଁ ଏତେ ବିବାଦ ସୃଷ୍ଟି ହେଇ ଥିଲା ସବୁକୁ ଚଖମା ଦେଖାଇ ଟିମ ଇଣ୍ଡିଆ ଫାଇନାଲରେ ବାଜି ମାରିନେଲା ।
ସୂଚନା ମୁତାବକ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରାଙ୍କୁ ୨ଟି ଲେଖାଏ ୱିକେଟ ନେଇଥିଲେ । ପ୍ରଥମ ୱିକେଟରେ ୮୪ ରନ ଯୋଡିଥିଲେ ଦୁଇ ପାକିସ୍ତାନୀ ଓପନର। ସେପଟେ ଖେଳ ଆରମ୍ଭରୁ ହିଁ ଟିମଇଣ୍ଡିଆ ଉପରେ ନିରାଶା ଛାଇ ଯାଇଥିଲା । କିନ୍ତୁ କଥାରେ ଅଛି ଦାନେ ଦାନେ ମେ ଲିଖା ହେ ଖାନେ ୱାଲେ କା ନାମ ବାସ ଫାଇନାଲ କପ ରେ ଟିମ ଇଣ୍ଡିଆ ନାମ ଆଗରୁ ହିଁ ଲେଖା ଥିଲା ଆଉ ସଫଳତା ମିଳିବା ପରେ ପାକିସ୍ତାନ ମନ ମଉଳି ଯାଇଛି ।