fbpx

ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୫୯ ରନରେ ହରାଇ ସିରିଜ୍ କବଜା କଲା ଭାରତ

ନୂଆଦିଲ୍ଲୀ: ଭାରତ ୱେଷ୍ଟଇଣ୍ଡିଜକୁ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଏକତରଫା ୫୯ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ୩-୧ରେ ଜିତି ନେଇଛି। ଅନ୍ୟପଟରେ ରୋହିତ ଶର୍ମା ନିୟମିତ ଅଧିନାୟକ ହେବା ପରେ ଲଗାତାର ଅଷ୍ଟମ ସିରିଜ ଜିତିଛି। ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୧୯୧ ରନ୍‌ର ଟାର୍ଗେଟ ୱେଷ୍ଟଇଣ୍ଡିଜ ଆଗରେ ରଖିଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୧୯.୧ ବଲ୍‌ରେ ସମସ୍ତ ଉଇକେଟ ହରାଇ ୧୩୨ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପାଇଁ ଅର୍ଶଦୀପ ସିଂ ୧୨ ରନ୍ ବ୍ୟୟରେ ୩ଟି ଉଇକେଟ ନେଇଥିବା ବେଳେ ଆଭେସ ଖାନ୍‌, ଅକ୍ଷର ପଟେଲ, ରବି ବିଷ୍ନୋଇ ଦୁଇଟି ଲେଖାଏଁ ଉଇକେଟ ପାଇଥିଲେ।

ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଦୃତ ଆରମ୍ଭ କରି ୪.୪ ଓଭରରେ ୫୩ ରନ୍ ସଂଗ୍ରହ କରିଥିଲା। ଅଧିନାୟକ ରୋହିତ ଶର୍ମା ଦୁଇଟି ଚୌକା ଓ ତିନି ଛକା ସହାୟତାରେ ମାତ୍ର ୧୬ ବଲରେ ୩୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟରେ ଗୋଟିଏ ଚାରି ଏବଂ ଦୁଇଟି ଛକା ସହାୟତାରେ ସୂର୍ଯ୍ୟକୁମାର ଯାଦବ ୨୪ ରନ୍ ସ୍କୋର କରିଥିଲେ।

ଦୀପକ ହୁଡା ୨୧ ରନ୍ କରିଥିଲେ ଏବଂ ଋଷଭ ପନ୍ତ ଛଅଟି ଚୌକା ସହାୟତାରେ ୩୧ ଟି ବଲରେ ୪୪ ରନ ସ୍କୋର କରି, ସଞ୍ଜୁ ସାମସନ ୨୩ ବଲରେ ୩୦ ରନ୍ କରିନଥିଲେ ଏବଂ ଅକ୍ଷର ପଟେଲ ଦୁଇଟି ଛକା ସହାୟତାରେ ଆଠଟି ବଲରେ ୨୦ ରନ୍ କରିନଥିଲେ। ତେବେ ଦୀନେଶ କାର୍ତ୍ତିକ ମାତ୍ର ୬ରନ୍ କରି ଆଉଟ୍ ହୋଇଥିଲେ। ୱେଷ୍ଟଇଣ୍ଡିଜ ପାଇଁ ଓବେଡ ମାକେ ଏବଂ ଅଲଜାରି ଜୋସେଫ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

 

Get real time updates directly on you device, subscribe now.