fbpx

ବାଜିମାରିଲା ଭାରତ, ହାତେଇଲା ଟି-୨୦ ସିରିଜ୍

ଅହମଦାବାଦ: ପଞ୍ଚମ ଟି-୨୦ ଦମଦାର ବିଜୟଲାଭ କରିଛି ବିରାଟ ବାହିନୀ । ୩-୨ରେ ଆଗୁଆ ରହି ଟି-୨୦ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତ ୩୬ ରନରେ ଇଂଲଣ୍ଡକୁ ପରାସ୍ତ କରି ୩-୨ରେ ସିରିଜ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୨୫ ରନ କରିଥିବା ବେଳେ ଇଂଲଣ୍ଡ ୮ ଓ୍ବିକେଟ ହରାଇ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମଲାନ ୬୮ ଓ ବଟଲର ୫୨ ରନ ସ୍କୋର କରିଥିଲେ। ଭାରତର ଶାର୍ଦ୍ଦୁଲ ଠାକୁର ୩ଟି, ଭୁବନେଶ୍ବର କୁମାର ୨ଟି ଓ ଟି.ନଟରାଜନ ଏବଂ ହାର୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ।

Get real time updates directly on you device, subscribe now.