fbpx

ପୁଣି ଦୁଇଟି ପଦକ ଜିତିଲା ଭାରତ: ଆର୍ଚେରୀ ଓ ସିପକଟାକ୍ରେ ଦଳକୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି ଭାରତ ୪ଟି ପଦକ ଜିତିଛି । ସେଥିମଧ୍ୟରେ ୩ଟି ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ରହିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୯୦ରେ ପହଞ୍ଚି ଯାଇଛି । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୬ଟି ବ୍ରୋଞ୍ଜ ପଦକ ରହିଛି ।

ଆର୍ଚେରୀ ଫାଇନାଲରେ ଭାରତୀୟ ପୁରୁଷ ରିକର୍ଭ ଟିମ ଶକ୍ତିଶାଳୀ ଦକ୍ଷିଣ କୋରିଆଠାରୁ ୧-୫ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି । ଏହା ପୂର୍ବରୁ ଭାରତୀୟ ଦଳ ଆଜି ସେମିଫାଇନାଲରେ ପ୍ରତିପକ୍ଷ ବାଂଲାଦେଶକୁ ୫-୩ରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ସେହିପରି ସିପକଟାକ୍ରେରେ ଭାରତ ବ୍ରୋଞ୍ଜ ପଦକ ଜିତିଛି । ଭାରତୀୟ ମହିଳା ରେଗୁ ଟିମ୍ ସେମିଫାଇନାଲରେ ଥାଇଲାଣ୍ଡ ରେଗୁ ଟିମ୍ ଠାରୁ ପରାସ୍ତ ହୋଇଥିଲା ।

ଏହା ପୂର୍ବରୁ କବାଡ଼ି ସେମିଫାଇନାଲରେ ଭାରତୀୟ ମହିଳା ଟିମ୍ ନେପାଳକୁ ୬୧-୭ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଟି-୨୦ କ୍ରିକେଟ ସେମିଫାଇନାଲରେ ଭାରତ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଆର୍ଚେରୀରେ ମହିଳା ରିକର୍ଭ ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଏଚ.ଏସ ପ୍ରଣୟ ବ୍ରୋଞ୍ଜ ପଦକ ଜିତିଥିଲେ । ପୁରୁଷ କବାଡ଼ି ସେମିଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ ପହଞ୍ଚିଥିଲା ।

Get real time updates directly on you device, subscribe now.