fbpx

ବକ୍ସିଂରେ ଭାରତକୁ ଝଟକା: ପରାଜୟ ସହ ପଦକରୁ ବଞ୍ଚିତ ହେଲେ ସତୀଶ କୁମାର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିର ଦଶମ ଦିବସରେ ଭାରତକୁ ବକ୍ସିଂରେ ଝଟକା ଲାଗିଛି । ଭାରତୀୟ ବକ୍ସର ସତୀଶ କୁମାର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ପଦକ ଦୌଡ଼ରୁ ଆଉଟ୍ ହୋଇଯାଇଛନ୍ତି । ସତୀଶ ୯୧ କେଜି ବର୍ଗରେ ପ୍ରତିନିଧିତ୍ୱ କରୁଥିବା ବେଳେ ଉଜବେକିସ୍ତାନର ବଖୋଦିର ଜାଲୋଲୋବଙ୍କ ଠାରୁ ହାରିଯାଇଛନ୍ତି ।

ପ୍ରଥମ ରାଉଣ୍ଡରେ ସତୀଶଙ୍କୁ ୯ ପଏଣ୍ଟ ମିଳିଥିବା ବେଳେ ପ୍ରତିପକ୍ଷ ବଖୋଦିରଙ୍କୁ ୧୦ ପଏଣ୍ଟ ମିଳିଥିଲା । ତେବେ ପ୍ରଥମ ରାଉଣ୍ଡରେ ପଛୁଆ ରହିଥିଲେ ହେଁ ସତୀଶଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେହିପରି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସତୀଶଙ୍କୁ ୯ ପଏଣ୍ଟ ସହ ବଖୋଦିରଙ୍କୁ ୧୦ ପଏଣ୍ଟ ମିଳିଥିଲା । ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ସତୀଶ ଖେଳିବା ନ ଖେଳିବା ନେଇ ସନ୍ଦେହ ଉପୁଜିଥିଳା । ପୂର୍ବରୁ ଜାମାଇକାର ବକ୍ସର ରିକାର୍ଡୋ ବ୍ରାଉନଙ୍କ ବିପକ୍ଷରେ ଲଢ଼ିବା ସମୟରେ ସତୀଶଙ୍କର ଡାହାଣ ଆଖି ସହ ଅନ୍ୟ ସ୍ଥାନରେ ଗଭୀର ଆଗାତ ଲାଗିଥିଲା । ପରେ ମେଡିକାଲା କ୍ଲିୟରାନ୍ସ ମିଳିବା ପରେ ସେ ରିଙ୍ଗକୁ ଓହ୍ଲାଇଥିଲେ ।

Get real time updates directly on you device, subscribe now.