fbpx

World Boxing Championship: ଇତିହାସ ରଚିଲେ ଭାରତୀୟ ବକ୍ସର, ପଦକ ନିଶ୍ଚିତ କଲେ ଦୀପକ ଭୋରିଆ, ମହମ୍ମଦ ହୁସାମୁଦ୍ଦିନ ଏବଂ ନିଶାନ୍ତ ଦେବ

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ମୁଷ୍ଟି ଯୋଦ୍ଧାମାନେ ତିନି ପଦକ ନିଶ୍ଚିତ କରିଛନ୍ତି। ବକ୍ସର ଦୀପକ ଭୋରିଆ (୫୧ କିଲୋଗ୍ରାମ), ମହମ୍ମଦ ହାସାମୁଦ୍ଦିନ (୫୭ କିଲୋଗ୍ରାମ) ଏବଂ ନିଶାନ୍ତ ଦେବ (୭୧ କିଲୋଗ୍ରାମ) ସେମିଫାଇନାଲରେ ପ୍ରବେଶ କରିବା ସହ ବୁଧବାର ପଦକ ପାଇବାକୁ ନିଶ୍ଚିତ କରିଛନ୍ତି। ଦୁଇଥର କମନୱେଲଥ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ହାସାମୁଦ୍ଦିନଙ୍କୁ ବୁଲଗେରିଆର ଜେ. ଡିଆଜ. ଇବାନେଜଙ୍କ ସହ କଡ଼ା ମୁକାବିଲାରେ ୪-୩ରେ କଠିନ ବିଜୟ ହାସଲ କରିଥିଲେ।

ଅନ୍ୟପକ୍ଷରେ, ଦୀପକ ଫ୍ଲାଏୱେଟ୍ ବର୍ଗରେ କିର୍ଗିଜସ୍ଥାନର ନୁରଜିଗିଟ୍ ଦୁଶେବାଭଙ୍କୁ ୫-୦ ରେ ଏକ ପାଖିଆ ହରାଇଥିଲେ। ସେ ଆଗକୁ ପ୍ୟାରିସ୍ ଅଲିମ୍ପିକ୍ସରେ ସାମିଲ ହେବେ। ଭାରତୀୟ ବକ୍ସର ଆକରତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ଲଢ଼ଇଏର ତିନୋଟି ରାଉଣ୍ଡରେ ଦୀପକ କିର୍ଗିଜସ୍ଥାନର ପ୍ରତିପକ୍ଷଙ୍କୁ କୌଣସି ସୁଯୋଗ ଦେଇ ନଥିଲେ।

ସେହିଭଳି ୭୧ କିଲୋଗ୍ରାମ କ୍ୱାର୍ଟର ଫାଇନାଲରେ ନିଶାନ୍ତ ଦେବ କ୍ୟୁବାର ଜର୍ଜ କୁଏଲାରଙ୍କୁ ୫-୦ ପରାସ୍ତ କରିଛନ୍ତି। ଏବେ ତାଙ୍କର ବ୍ରୋଞ୍ଜ ପଦକ ନିଶ୍ଚିତ ହୋଇଛି। ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ବକ୍ସରମାନେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ଗୋଟିଏ ସଂସ୍କରଣରୁ ତିନୋଟି ପଦକ ପାଇବେ।

Get real time updates directly on you device, subscribe now.