fbpx

ଦିନେ ଥିଲେ ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ: ଏବେ କ୍ରିକେଟ ଛାଡି ହକିରେ ଦେଖାଇବେ ଜଲୱା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗସ କ୍ରିକେଟରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ କ୍ରିକେଟ ଛାଡି ହକି ଖେଳୁଥିବାର ନଜର ଆସିବେ ଭାରତୀୟ ମହିଳା କ୍ରିକେଟର । ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ବିଶ୍ୱକପ ପାଇଁ ଭାରତୀୟ ଦଳରେ ଜାଗା ନ ମିଳିବାରୁ ଏଭଳି ଏକ କଠୋର ନିଷ୍ପତ୍ତି ନେଇଛନ୍ତି ଜେମିମା । ଏବେ ସେ ମୁମ୍ବାଇର ୱିଲିଙ୍ଗଡନ କ୍ୟାଥୋଲିକ ଜିମଖାନା ରିଙ୍କ ଟୁର୍ଣ୍ଣାମେଣ୍ଟରେ ଅଙ୍କଲ୍ସ କିଚେନ ୟୁନାଇଟେଡ ଦଳର ନେତୃତ୍ୱ ଭାର ନେବାକୁ ଯାଉଛନ୍ତି ।

ଖୁବ ଶୀଘ୍ର କ୍ରିକେଟ ବ୍ୟାଟ ଜାଗାରେ ହାତରେ ହକି ଷ୍ଟିକ ଧରିବେ ଜେମିମା ରୋଡ୍ରିଗସ । ଆଇସିସି ଇଭେଣ୍ଟ ପାଇଁ ଦଳରେ ଚୟନ କରାଯାଇ ନଥିବାରୁ କ୍ରିକେଟକୁ ଅଲବିଦା କହି ହକି ସହ ଯୋଡି ହେବାକୁ ଯାଉଛନ୍ତି ଏହି ଖେଳାଳି । ବିଶ୍ୱକପରେ ଅାଂଗ୍ରହଣ କରିଥିବା ଭାରତୀୟ ମହିଳା ଦଳରୁ ଓହରି ଯାଇଥିବା ତିନି ଜଣ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଜେମିମା, ଶିଖା ଏବଂ ପୁନାମ ରାଉତ । ଇଣ୍ଡିଆନ ଟିମ ପାଇଁ ୨୧ଟି ଦିନିକିଆ ଏବଂ ୫୦ଟି ଟି-୨୦ ଖେଳିବା ପରେ ଏବେ ହକି ପାଇଁ ନିଷ୍ପତ୍ତି ନେଇଛନ୍ତି ଜେମିମା ।

Get real time updates directly on you device, subscribe now.