ବିଦେଶ ମାଟିରେ ଚାଲିଥିଲା ଯଜ୍ଞ, ଧୂଆଁ ଦେଖି ଡରିଗଲେ ପଡ଼ୋଶୀ, ଡାକିଦେଲେ ଫାୟାର ବ୍ରିଗେଡ୍‌, ଆଉ ତାପରେ…(video)

ହିନ୍ଦୁ ପରମ୍ପରାର ପୂଜାର୍ଚ୍ଚନା ଦେଖି ପଚାରିଥିଲେ ଏଠି କ’ଣ ଚାଲିଛି।

ଟେକ୍ସାସ: ଚାଲିଥିଲା ଯଜ୍ଞ। ଧୂଆ ଦେଖି ଛାନିଆ ହୋଇଗଲେ ପଡ଼ୋଶୀ। ଡାକିଦେଲେ ଫାୟାର ବିଗ୍ରେଡ୍‌।ଫାୟାର ବିଗ୍ରେଡ୍ ଗାଡ଼ି ଦେଖି ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଭାରତୀୟ ପରମ୍ପରାରେ, ଯଜ୍ଞକୁ ବହୁତ ପବିତ୍ର ବୋଲି କୁହାଯାଏ। ଏପରି ପରିସ୍ଥିତିରେ, ଯେତେବେଳେ ଭାରତୀୟ ଲୋକମାନେ ବିଦେଶକୁ ସ୍ଥାନାନ୍ତର ହୁଅନ୍ତି, ସେମାନେ ସେମାନଙ୍କର ହିନ୍ଦୁ ରୀତି ନୀତି ପାଳନ କରିବାକୁ ଭୁଲନ୍ତି ନାହିଁ।

କିନ୍ତୁ ଅନେକ ସମୟରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରକୃତରେ, ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆମେରିକାର ଟେକ୍ସାସରେ ଏକ ଘର ପ୍ରବେଶର ପୂଜା ସମୟରେ ଧୂଆଁ ଦେଖି ଅଗ୍ନିଶମ କର୍ମଚାରୀମାନେ ଏକ ଘରେ ପହଞ୍ଚି ଯାଇଥିଲେ।

ହିନ୍ଦୁ ପରମ୍ପରାର ପୂଜାର୍ଚ୍ଚନା ଦେଖି ପଚାରିଥିଲେ ଏଠି କ’ଣ ଚାଲିଛି। ଉତ୍ତର ପାଇବା ପରେ ଏସବୁ କ’ଣ ନିହାତି ଆବଶ୍ୟକ ବୋଲି ମଧ୍ୟ ପଚାରିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରାଯାଇଛି, ଯାହାର କ୍ୟାପସନରେ ଲେଖାଯାଇଛି, “ସାଂସ୍କୃତିକ ନୀତିରେ ଭୁଲ ବୁଝାମଣା”।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି କ୍ଲିପରେ, ଏକ ଭାରତୀୟ ପରିବାରର ଘର ବାହାରେ ଏକ ଅଗ୍ନିଶମ ଗାଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଠାରେ ଗୃହ ପ୍ରବେଶ ପାଇଁ ଚାଲିଥିଲା ହୋମଯଜ୍ଞ।

ଯଜ୍ଞ ଧୂଆଁ ଦେଖି ପଡ଼ୋଶୀ ଭାବିଥିଲେ ନିଆଁ ଲାଗିଯାଇଛି। ସେ ତୁରନ୍ତ ଫାୟାର ବ୍ରିଗେଡ୍‌ଙ୍କୁ କଲ କରିଥିଲେ।

ଏହା ପରେ ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଭାରତୀୟମାନଙ୍କ ସହିତ କଥା ହୋଇ ଯଜ୍ଞ କଥା ଜାଣିବାକୁ ପାଇଥିଲେ।