fbpx

ଗୋଟେ ପଟେ ଜି୨୦ ଜରିଆରେ ବିଶ୍ୱ ଦେଖୁଛି ଭାରତର ଶକ୍ତି, ଅନ୍ୟପଟେ ପାକିସ୍ତାନରେ ବଢୁଛି ଭାରତ ସହ ସାମିଲ ହେବାକୁ ଦାବୀ

ନୂଆଦିଲ୍ଲୀ:ପାକିସ୍ତାନ ସହ ଆଉ ରହିବାକୁ ଚାହୁଁ ନାହାନ୍ତି ଗିଲଗିଟ୍ ବାଲଟିସ୍ତାନର ଜନତା । ସେମାନଙ୍କ ଅଭିଯୋଗ ପାକିସ୍ତାନ ସେମାନଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଛି । ସେମାନଙ୍କ ପାଖରେ ରୋଜଗାରର କୌଣସି ମାଧ୍ୟମ ଅଛି ନା ଖାଦ୍ୟପେୟ ସାମଗ୍ରୀ ଅଛି । ଏପରି ଦେଖିଲେ ତ ପାକିସ୍ତାନ ଅବସ୍ଥା ଏବେ ବହୁତ ଖରାପ । ଏଠାରେ ଖାଦ୍ୟପଦାର୍ଥର ଘୋର ସଂକଟ ଦେଖାଦେଇଛି । ଏପରି ସ୍ଥିତିରେ ଗିଲଗିଟ ଓ ବାଲଟିସ୍ତାନର ଲୋକମାନେ କହିଛନ୍ତି ସେମାନେ ଭିକାରୀ ପାକିସ୍ତାନ ସହ ରହିବାକୁ ଚାହୁଁ ନାହାନ୍ତି । କେବଳ ଏତିକି ନୁହେଁ ସେମାନେ ପାକିସ୍ତାନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ବି ଆରମ୍ଭ କରିଦେଲେଣି । ସେମାନେ ଏବେ ପାକିସ୍ତାନ ଠାରୁ ସ୍ୱାଧୀନ ହୋଇଯିବାକୁ ଦାବୀ କଲେଣି । ଗତ କିଛିଦିନ ଧରି ଏମାନେ ସଡକ ଉପରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେବା ସହ କୋଠା ଉପରେ ଭାରତର ଜାତୀୟ ପତାକା ଉଡାଇଲେଣି ।

ଗିଲଗିଟ୍ ବାଲଟିସ୍ତାନର ଜନତା ଭାରତରେ ସାମିଲ ହେବା ପାଇଁ ଜୋରଦାର ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ପାକିସ୍ତାନ ପୋଲିସର ଏପସ୍ଥିତିରେ ଏମାନେ ର‌୍ୟାଲି କରି ପାକିସ୍ତାନ ସରକାର ଓ ଦେଶ ବିରୁଦ୍ଧରେ ମୁର୍ଦ୍ଦାବାଦର ନାରା ଦେଉଛନ୍ତି । ପ୍ରକୃତ ଘଟଣା ହେଉଛି ପାକିସ୍ତାନ ଗିଲଗିଟ୍ ବାଲଟିସ୍ତାନର ବହୁ ଜମି ଚୀନକୁ ଖନନ କାର୍ଯ୍ୟ ଲାଗି ଦେଇଦେଇଛି । ଫଳରେ ଏଠିକାର ଲୋକେ ଚାଷବାସ କରି ଦି’ ପଇସା ରୋଜଗାର କରିପାରୁ ନାହାନ୍ତି । ବିନା କ୍ଷତିପୂରଣରେ କୃଷକଙ୍କ ଜମି ଛଡାଇ ନିଆଯାଇଛି । ଏବେ ଗିଲଗିଟ୍ ବାଲଟିସ୍ତାନର ଲୋକମାନଙ୍କ ଜୀବନ ନର୍କ ପାଲଟିଯାଇଛି । ଏପରି ସ୍ଥିତିରେ ସେମାନେ ଚୀନାମାନଙ୍କୁ ସେହି ସ୍ଥାନରୁ ତଡିବାକୁ ଚାହୁଁଛନ୍ତି । ଏହା ସହିତ ପାକିସ୍ତାନୀ ଶାସନରୁ ନିଜକୁ ମୁକ୍ତ ହେବାକୁ ଦାବୀ କରିଛନ୍ତି । ସେମାନେ ନିଜ କ୍ଷେତ୍ରକୁ ଭାରତରେ ସାମିଲ କରାଯାଉ ବୋଲି ଦାବୀ କରିଛନ୍ତି ।

ଗିଲଗିଟ୍ ବାଲଟିସ୍ତାନ ସହିତ ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ର ଲୋକମାନେ ମଧ୍ୟ ଲଗାତର ପାକିସ୍ତାନ ସରକାର ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ସେମାନେ ବି ପାକିସ୍ତାନ ମୁର୍ଦ୍ଦାବାଦ ଓ ହିନ୍ଦୁସ୍ତାନ ଜିନ୍ଦାବାଦ ନାରା ଲଗାଇଛନ୍ତି । ସେମାନେ ମଧ୍ୟ ଭାରତରେ ହିନ୍ଦୁମାନଙ୍କ ସହ ରହିବାକୁ ଦାବୀ ଉଠାଇଲେଣି ।

Get real time updates directly on you device, subscribe now.