fbpx

କତାର ମାଷ୍ଟର୍ସ ୨୦୨୩ରେ ନୂଆ ରେକର୍ଡ: ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସେନଙ୍କୁ ହରାଇଲେ ଭାରତୀୟ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର କାର୍ତ୍ତିକେୟନ ମୁରଲୀ ବିଶ୍ୱର ଏକ ନମ୍ବର ଖେଳାଳି ନରୱେର ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । କତାର ମାଷ୍ଟର୍ସ ୨୦୨୩ର ସପ୍ତମ ରାଉଣ୍ଡରେ କାର୍ଲସେନଙ୍କ ବିପକ୍ଷରେ କାର୍ତ୍ତିକେୟନ ଏକ ବଡ଼ ବିଜୟ ହାସଲ କରିଛନ୍ତି । କାର୍ଲସେନଙ୍କ ଗୋଟିଏ ଭୁଲ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ।

କତାର ମାଷ୍ଟର୍ସ ୨୦୨୩ରେ ବିଶ୍ୱର ଏକ ନମ୍ବର ଚେସ୍ ତାରକା କାର୍ଲସେନଙ୍କୁ ହରାଇ ଭାରତୀୟ ଗ୍ରାଣ୍ଡମାଷ୍ଟର କାର୍ତ୍ତିକେୟନ ଦେଶ ପାଇଁ ଗୌରବ ଆଣିଛନ୍ତି । କାର୍ଲସେନ ବିଶ୍ୱର ଏକ ନମ୍ବର ଖେଳାଳି ହେବା ପରେ ଦ୍ୱିତୀୟ ଭାରତୀୟ ଭାବେ କ୍ଲାସିକାଲ ଗେମରେ କାର୍ତ୍ତିକେୟନ ଏହି ବିଜୟ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଆଉ ଦୁଇ ଜଣ ଭାରତୀୟ ପ୍ରଥମେ କାର୍ଲସେନଙ୍କୁ ପରାସ୍ତ କରିଥିେଲେ ।

ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଅଭିଜ୍ଞ ଖେଳାଳି ବିଶ୍ୱନାଥନ ଆନନ୍ଦ ପୂର୍ବରୁ କ୍ଲାସିକାଲ ଗେମରେ କାର୍ଲସେନଙ୍କୁ ପରାସ୍ତ କରିଥିଲେ । ଦ୍ୱିତୀୟ ଭାରତୀୟ ଭାବେ ୨୪ ବର୍ଷୀୟ କାର୍ତ୍ତିକେୟନ ଏବେ ଏହି ସଫଳତା ହାସଲ କରିଛନ୍ତି । ଏହି ବିଜୟ ପରେ କାର୍ତ୍ତିକେୟନ ୭ରୁ ୫.୫ ସ୍କୋର ହାସଲ କରି ଏସଏଲ ନାରାୟଣ, ଜାଭୋଖିର ସିନ୍ଦାରୋଭ, ଡେଭିଡ ପରଭ୍ୟାନ, ଅର୍ଜୁନ ଏରିଗାଇସି ଓ ନୋଦିରବେକ ୟାକୁ ବୋଏଭେଙ୍କ ପରି ଖେଳାଳିଙ୍କ ସମକକ୍ଷ ହୋଇ ପାରିଛନ୍ତି । କେରଳର ଥାଞ୍ଜୁଭୁରରେ ଜନ୍ମିତ କାର୍ତ୍ତିକେୟନ ୨ ଥର ଭାରତୀୟ ଚାମ୍ପିୟନ ହେବା ସହ ୨୦୧୫ ଓ ୨୦୧୬ରେ କ୍ରମାଗତ ଟାଇଟଲ ହାସଲ କରିଥିଲେ । ସେ ତୃତୀୟ ଭାରତୀୟ ଖେଳାଳି ଭାବେ କାର୍ଲସେନଙ୍କୁ କ୍ଲାସିକାଲ ଗେମରେ ପରାସ୍ତ କରିଛନ୍ତି । ୨୦୦୫ରେ ୧୪ ବର୍ଷୀୟ କାର୍ଲସେନଙ୍କୁ ପେଣ୍ଟାଲା ହରିକ୍ରିଷ୍ଣ ଲାଉସାନେ ୟଙ୍ଗ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ପରାସ୍ତ କରିଥିଲେ ।

Get real time updates directly on you device, subscribe now.