fbpx
BSKY SKY
BSKY SKY

ଚା’ ବିସ୍କୁଟ ଦେଇ ହମାସ ଆତଙ୍କବାଦୀଙ୍କ ସହ ୨୦ ଘଣ୍ଟା ସମୟ ବିତାଇଲେ ମହିଳା, ଏହି ସାହସୀ ମହିଳାଙ୍କୁ ଭେଟିଲେ ଜୋ ବାଇଡେନ

BSKY

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଯୁଦ୍ଧ ସମୟରେ ଇହୁଦି ରାଷ୍ଟ୍ରକୁ ସମର୍ଥନ କରି ଇସ୍ରାଏଲ ଗସ୍ତ କରିଛନ୍ତି । ହିଂସା ମଧ୍ୟରେ ସେ ଇସ୍ରାଏଲ ଲୋକମାନଙ୍କ ସହିତ ସାକ୍ଷାତ କରିଥିଲେ । ଏଥିରେ ୬୫ ବର୍ଷିୟ ରାଚେଲ ଏଣ୍ଡ୍ରି ମଧ୍ୟ ଥିଲେ । ଯିଏ ହମାସର ୫ ଜଣ ଆତଙ୍କବାଦୀମାନଙ୍କୁ ତାଙ୍କ ଘରେ ୨୦ ଘଣ୍ଟା ବନ୍ଦୀ ରଖିଥିଲେ । ଇସ୍ରାଏଲ ମିଡିଆ ରିପୋର୍ଟ ଅନୁସାରେ ରାଚେଲ ଆତଙ୍କବାଦୀମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଭୋଜନ ଏବଂ କଥା ବାର୍ତ୍ତା ହେବାର ସାହାରା ନେଇଥିଲେ, ଯେଉଁ ପର୍ଯ୍ୟନ୍ତ ଇସ୍ରାଏଲ ସୁରକ୍ଷା କର୍ମୀ ଆସି ସେମାନଙ୍କୁ କାବୁ କରି ନଥିଲେ ।

ଆମେରିକା ମିଡିଆରେ ରାଚେଲ ଜୋ ବାଇଡେନଙ୍କ ସହ ସାକ୍ଷାତ କରୁଥିବାର ଦୃଶ୍ୟ ଦେଖାଯାଇଛି । ତେବେ ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ଘରେ ୨୦ ଘଣ୍ଟା ଆତଙ୍କବାଦୀ ରହିଥିଲେ ମଧ୍ୟ ସେମାନେ କିଛି କ୍ଷତି କରି ନଥିଲେ । ଏହା ଛଡା ଆତଙ୍କବାଦୀମାନେ ତାଙ୍କୁ କହିଥିଲେ ସେମାନେ ‘ସହିଦ’ ହେବେ । ତେବେ ଯେତେବେଳେ ଇସ୍ରାଏଲ ସୁରକ୍ଷା କର୍ମୀ ଆସି ସେମାନଙ୍କୁ ଧରି ଥିଲେ ସେତେବେଳେ ଆତଙ୍କବାଦୀ ସେମାନଙ୍କୁ ମାରିବାକୁ ଧମକ ଦେଇଥିଲେ । ତେବେ ସୂଚନା ଅନୁସାରେ ଆତଙ୍କବାଦୀ ମାନେ ଏଣ୍ଡ୍ରିଙ୍କ ଘର ଉପରେ ବୋମା ମାଡ କରିବାକୁ ଆସିଥିଲେ ।

ସେମାନଙ୍କୁ କୁହାଯାଇଥିଲା ଏହା ଏକ ପୋଲିସ କର୍ମୀଙ୍କ ମାତା ପିତାଙ୍କ ଘର । ରାଚେଲ କହିବା ଅନୁସାରେ ଆତଙ୍କବାଦୀମାନେ ରାଗିକିଥିଲେ । ରାଚେଲ ତାଙ୍କ ପାଇଁ କଫି ଏବଂ କୁକିଜ ପ୍ରସ୍ତୁତ କରିଥିଲେ । ଏବଂ ଆତଙ୍କ ବାଦୀମାନଙ୍କୁ ବାରମ୍ବାର ପଚାରିଥିଲେ ଆଉ କିଛି ଦରକାର କି ନାହିଁ । ଏହା ଛଡା ରାଚେଲ ଆହତ ହୋଇଥିବା ଆତଙ୍କବାଦୀଙ୍କର ଧ୍ୟାନ ରଖିଥିଲେ ସେମାନଙ୍କୁ ଆଘାତ ପାଇଥିବା ସ୍ତାନରେ ପଟ୍ଟି କରିବା ସହିତ ତାଙ୍କୁ ଔଷଧ ମଧ୍ୟ ଖାଇବାକୁ ଦେଇଥିଲେ । ରାଚେଲ କହିବା ଅନୁସାରେ ସେ ନିଜକୁ ରକ୍ଷା କରିବା ପାଇଁ ଏପରି ପଦକ୍ଷପ ନେଇଥିଲେ ।

Get real time updates directly on you device, subscribe now.