fbpx

ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ ଭାରତ ୩ଟି ମ୍ୟାଚରୁ ୨ଟିରେ ବିଜୟ କରିବାରେ ସକ୍ଷମ ହୋଇଛି ।

ଆଜିର ମ୍ୟାଚରେ ଭାରତ ପକ୍ଷରୁ ରୂପିନ୍ଦର ପାଲ ସିଂହ ସର୍ବାଧିକ ଦୁଇଟି ଗୋଲ ସ୍କୋର କରିଥିଲେ । ସେ ୧୫ତମ ଓ ୫୧ତମ ମିନିଟରେ ସ୍ପେନକୁ ଗୋଲ ଦେଇ ଭାରତର ପଲା ଭାରି ରଖିଥିଲେ । ସେହିପରି ସିମରନଜିତ ସିଂହ ୧୪ତମ ମିନିଟରେ ଏକ ଶାନଦାନ ଗୋଲ ଦେଇଥିଲେ । ଆଜିର ବିଜୟ ପରେ ଦଳ ଆସନ୍ତା ଗୁରୁବାର ଦିନ ଆର୍ଜେଣ୍ଟିନାକୁ ଭେଟିବ । ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୭-୧ରେ ଲଜ୍ଜାଜନକ ଭାବେ ପରାଜୟବରଣ କରିବା ଦଳ ଆଜି କର ବା ମର ସଂକଳ୍ପ ନେଇ ମୈଦାନକୁ ଓହ୍ଲାଇଥିଲା । ଆଜିର ମୁକାବିଲାରେ ଭାରତକୁ ୪ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ହେଁ ସେଥିମଧ୍ୟରୁ କେବଳ ଗୋଟିଏ ଗୋଲରେ ପରିଣତ ହୋଇଥିଲା । ଅପରପକ୍ଷେ ପ୍ରତିପକ୍ଷ ସ୍ପେନକୁ ୭ଟି ପେନାଲ୍ଟି ସୁଯୋଗ ମିଳିଥିଲେ ହେଁ ଭାରତର ଗୋଲକିପର ଓ ଡିଫେଣ୍ଡର ତାହାକୁ ନିରର୍ଥକ କରିଦେଇଥିଲେ । ଆଜିର ମ୍ୟାଚରେ ଗୋଲକିପର ପି.ଆର. ଶ୍ରୀଜେଶ ମୋଟ ଛଅଟି ଗୋଲ ବଞ୍ଚାଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.