fbpx
BSKY SKY
BSKY SKY

ଯୁବକଙ୍କୁ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା

BSKY

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗୋବିନ୍ଦତଲା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରୁ ଆଉ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଯୁବକଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ମୃତକ ଯୁବକଙ୍କ ନାଁ ଦୀପକ ଯାଦବ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୀପକଙ୍କୁ ଅତି ନିର୍ମମ ଭାବେ ହାଣିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାରୁ ଏପରି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାକୁ ନେଇ ଖୋଳତାଡ ଜାରି ରଖିଛି ।

Get real time updates directly on you device, subscribe now.