fbpx
BSKY SKY
BSKY SKY

ପୁଣି ଏଲ୍‌ଏସି ବିବାଦ; ଡେମ୍‌ଚୋକ୍‌ରେ ଚୀନ୍‌ ସେନାର ଟେଣ୍ଟ୍‌, ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଲା ଭାରତୀୟ ସେନା

BSKY

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) : ଭାରତ-ଚୀନ୍‌ ସୀମାନ୍ତ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ୍‌ କଣ୍ଟ୍ରୋଲ୍‌ (ଏଲ୍‌ଏସି) ନିକଟରେ ପୁଣି ଉଭୟ ଦେଶ ମଧ୍ୟରେ ବିବାଦ ଦେଖା ଦେଇଛି । ଭାରତ ଅଧିକୃତ ଥିବା ଡେମ୍‌ଚୋକ୍‌ରେ ପୁଣି ଅନୁପ୍ରବେଶ କରିଛି ଚୀନ୍‌ ସେନା । ପୂର୍ବ ଲଦାଖର ଡେମ୍‌ଚୋକ୍‌ ଚାରଡୋଙ୍ଗ୍‌ ପାଖରେ ଚୀନ ସେନା ଟେଣ୍ଟ ଲଗାଇଛି ।

ଚୀନ୍‌ ସେନା ସେଠାରେ ଚୀନର ନାଗରକିଙ୍କୁ ରଖୁଛି ବୋଲ ଜାଣିବା ପରେ ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ସେ ସ୍ଥାନ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ସେମାନେ ଓହରିନଥିବା ଜଣାପଡ଼ିଛି । ୧୯୯୦ ଦଶକରେ ଚୀନ ଅନେକ ଥର ଡେମଚୋକ୍‌କୁ ଅନୁପ୍ରବେଶ କରିଥିଲା । ଏନେଇ ଦୁଇ ଦେଶ ମଧ୍ୟରେ ‘ଜଏଣ୍ଟ ୱାର୍କିଙ୍ଗ ଗ୍ରୁ’ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଚୀନ୍‌ ବାରମ୍ବାର ଭାଙ୍ଗି ଚାଲିଛି ।

Get real time updates directly on you device, subscribe now.