fbpx

ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ ; ଆମେ ସବୁବେଳେ ଭାରତ ମାତା କି ଜୟ କହିଥାଉ ହେଲେ…

ଓଡିଶା ଭାସ୍କର; ଭାରତକୁ ନେଇ ଦେଶରେ ମହାଭାରତ ଆରମ୍ଭ ହୋଇଛି। ଜି -୨୦ ସମ୍ମିଳନୀରେ ଅନୁଷ୍ଠିତ ରାତ୍ରୀଭୋଜନରେ ଅତିଥିଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଛି। ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏହି ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ବି ଖୁବ ସରଗରମ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀମାନେ ମଧ୍ୟ ଏପ୍ରସଙ୍ଗରେ ମତ ରଖୁଛନ୍ତି।

ତେବେ ଏହାରି ଭିତରେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ ବି ନିଜର ମତାମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ପୂର୍ବରୁ ଭାରତ ନାମ ସବୁବେଳେ ରହି ଆସିଛି। ମୁଁ କେବେ ଏପରି ଅନୁଭବ କରି ନ ଥିଲି। କାରଣ ଆମେ ସବୁବେଳେ ‘ଭାରତ ମାତା କି ଜୟ’ କହିଥାଉ। ବର୍ତ୍ତମାନ ଇଣ୍ଡିଆ ବଦଳରେ ଆମେ ଭାରତ ଲେଖୁଛୁ। ଟିକିଏ ଅଜବ ହେଲେ ବି ଏହି ଶବ୍ଦରେ ଆମର ଅଭ୍ୟସ୍ତ ହୋଇଯିବା। ଆମେ ଏତେ ବର୍ଷ ଧରି ଏହି ଶବ୍ଦ ବ୍ୟବହାର କରି ଆସୁଛେ କିନ୍ତୁ ଯୁବକମାନଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବ । ଏଥିରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ହଁ, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ହେବାକୁ ଯାଉଛି। ଏଭଳି କିଛି ମତାମତ ରଖିଛନ୍ତି କ୍ରୀଡ଼ାବିତ ତଥା ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ ।

Get real time updates directly on you device, subscribe now.