fbpx
BJD SKY
BJD SKY

NASA ଶେୟାର କଲା ISROର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟର ନୂଆ ଫଟୋ

BJD

ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩ ଇତିହାସ ରଚିଥିଲା । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିଥିଲା । ଭାରତର ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ଉତ୍ତୋଳନ କରି ପଠାଇଥିଲା ।

ଗତ ୪ ତାରିଖ ରାତି ୮ଟା ସମୟରେ ମୁନ୍ ମିଶନର ଲ୍ୟାଣ୍ଡର ବିକ୍ରମ ନିଦ୍ରାଗସ୍ତ ହୋଇଥିଲା । ସେଥିପାଇଁ ସେଦିନ ସକାଳୁ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ଼ ସେଟ୍ କରାଯାଇଥିଲା । ସ୍ଲିପ୍ ମୋଡ଼କୁ ଯିବା ପୂର୍ବରୁ ନୂଆ ସ୍ଥାନରେ ଚନ୍ଦ୍ରପୃଷ୍ଠ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ ପରୀକ୍ଷା କରାଯାଇଥିଲା । ସୌରଶକ୍ତି କ୍ଷୟ ହେବା ସହ ବ୍ୟାଟେରୀରୁ ଚାର୍ଜ ସମାପ୍ତ ହେବା ପରେ ବିକ୍ରମ ସ୍ଲିପ୍ ମୋଡ଼କୁ ଚାଲିଯାଇଥିଲା । ତେବେ ଆସନ୍ତା ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସୂର୍ଯ୍ୟକିରଣ ଦେଖିବାକୁ ମିଳିବ । ତେଣୁ ବିକ୍ରମ ୨୨ରେ ପୁଣି କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ।

ତେବେ ଏହା ମଧ୍ୟରେ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ପକ୍ଷରୁ ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠର ଲ୍ୟାଣ୍ଡିଂ ସାଇଟର ନୂଆ ଫଟୋ ପଠାଯାଇଛି । ନାସାର ଲୁନାର ରିକନାଇସାନ୍ସ ଅର୍ବିଟର (ଏଲଆରଓ) ତା’ର କ୍ୟାମେରା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଫୋକସ୍ କରିଥିଲା । ଇସ୍ରୋର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ କ୍ୟାପଚର କରିବା ତା’ର ଲକ୍ଷ୍ୟ ରହିଥିଲା ।

Get real time updates directly on you device, subscribe now.