fbpx

ବଡ଼ ଖବର; ସିଲଭର ସିଟି କଟକରେ ଫୁଟିଲା ଗୁଳି…

ଓଡିଶା ଭାସ୍କର; ସିଲଭର ସିଟି କଟକରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ଫୁଟିଛି ଗୁଳି । ଲୁଟ ଉଦ୍ୟମ କରିଥିବା ବେଳେ ଗୁଳି ଫୁଟାଇଛନ୍ତି ଦୁର୍ବୁତ୍ତ । ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ ଉଦ୍ୟମ କରିଥିବା ବେଳେ ଦୁର୍ବୁତ୍ତ ଫାଙ୍କା ଗୁଳି ଚାଳନା କରିଥିବା ଜଣା ପଡିଛି । ଏହା ପରେ ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ ମାନେ । କଟକ ମତ୍ତଗଜପୁର ଲେବୁଲ କ୍ରସିଂ ନିକଟରେ ଏହି ଲୁଟ ହୋଇଛି । ୩ଟି ବାଇକରେ ୫ରୁ ୬ ଜଣ ଦୁର୍ବୁତ୍ତ ଆସି ଲୁଟ କରିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ମଧୁପାଟଣା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Get real time updates directly on you device, subscribe now.