(Video) ଶତ୍ରୁଙ୍କର ରହିବନି ଚିହ୍ନ ବର୍ଣ୍ଣ; ଫ୍ରାନ୍ସ ସହ ଭାରତ କଲା ୬୩ ହଜାର କୋଟିର ରାଫେଲ ଡିଲ୍‌

ଭାରତ, ଫ୍ରାନ୍ସ ସହ କଲା ବଡ଼ ଚୁକ୍ତିନାମା, ଭାରତକୁ ଆସୁଛି ଏହି ଶକ୍ତିଶାଳୀ ରାଫେଲ୍‌, ଶତ୍ରୁମାନେ ହେଲେ ଛାନିଆ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ରାଫେଲ ଫାଇଟର ଜେଟ୍‌ର କିଣିବାର ସମୟ ଆସିଯାଇଛି। ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଆଜି ଏହି ଚୁକ୍ତିନାମା ହୋଇଛି।

ନୌସେନା ପାଇଁ ଏମ୍ କାଟାଗୋରୀର ରାଫେଲ ଯୁଦ୍ଧ ବିମାନ କିଣାଯାଉଛି। ଭାରତୀୟ ନୌସେନାଙ୍କୁ ସମୁଦାୟ ୨୬ଟି ରାଫେଲ-ଏମ ବିମାନର ଅର୍ଡର କରାଯାଇଛି।

ଏହି ରାଫେଲ ପାଇଁ ଭାରତ ଫ୍ରାନ୍ସ ସହ ୬୩,୦୦୦ କୋଟି ଟଙ୍କାର ବଡ଼ ଡିଲ୍ କରିଛି। ଏହି ଚୁକ୍ତିନାମା ଭାରତୀୟ ନୌସେନାର ଶକ୍ତିକୁ ଆହୁରି ମଜବୁତ କରିବ ଏବଂ ଭାରତ ମହାସାଗର ଅଞ୍ଚଳରେ ଭାରତର ରଣନୀତିକ ସ୍ଥିତିକୁ ଆହୁରି ସୁଦୃଢ କରିବ।

ଫ୍ରାନ୍ସ କମ୍ପାନୀ Dassault Aviationରୁ କିଣାଯାଉଥିବା ଏହି ବିମାନଗୁଡ଼ିକ ସ୍ୱତନ୍ତ୍ର ଭାବରେ ବିମାନ ବାହାକ ଜାହାଜରୁ ପରିଚାଳନା କରିବା ଲାଗି ଡିଜାଇନ୍ କରାଯାଇଛି। ଏହି ଏନ୍ନତ ଜେଟ୍ ଆଇଏନଏସ ବିକ୍ତାନ୍ତ ଏବଂ ଆଇଏନଏସ ବିକ୍ରମାଦିତ୍ୟରୁ ଉଡ଼ିବ, ଯାହା ବର୍ତ୍ତମାନ ପୁରୁଣା MiG-29Kର ବିମାନ ଉପରେ ନିର୍ଭର କରିଥାଏ।

ରାଫେଲ-ଏମରେ ସାମିଲ ହେବାରେ ଭାରତୀୟ ନୌସେନାର ସାମୁଦ୍ରିକ ଅପରେସନାଲ କ୍ଷମତାରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ଭାରତ ମହାସାଗର ଅଞ୍ଚଳରେ ବଢୁଥିବା ଚ୍ୟାଲେଞ୍ଜ ମଧ୍ୟରେ ଏହି ଚୁକ୍ତିନାମା ଭାରତକୁ ଚୀନ ଏବଂ ଅନ୍ୟ ଆଞ୍ଚଳିକ ବିପଦକୁ ଅଟକାଇବାରେ ସାହାଯ୍ୟ କରିବ।