fbpx

ଭାରୀ ପଡିଲା ଟିମ ଇଣ୍ଡିଆର ପେସ ଆଟାକ: ପ୍ରଥମ ଟି-୨୦ରେ ମାତ୍ର ୧୦୬ ରନରେ ଅଟକିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ସହ ଖୁବ ସୁନ୍ଦର ଅତିଥି ସତ୍କାର କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରୁ ହିଁ ଭାରତର ପେସ ଆଟାକ ଦେଇଛି ଚେତାବନୀ । ଫଳରେ ୨୦ ଓଭରରେ ମାତ୍ର ରନ କରିବାରେ ସକ୍ଷମ ହୋଇଛି ସାଉଥ ଅଫ୍ରିକା । ଦମଦାର ବ୍ୟାଟିଂ ଲାଇନ ଅଫ୍ ସହ ମଇଦାନକୁ ଓହ୍ଲାଇଥିବା ବେଳେ ଭାରତର ପେସ ଆଟାକ ଏହାକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରି ଦେଇଛି । ଦୀପକ ଚହର, ଅର୍ଶଦୀପ ସିଂହ ଏବଂ ହର୍ଷଲ ପଟେଲଙ୍କ ଧୂଆଁଧାର ବୋଲିଂ ଆଗରେ ମୁଣ୍ଡ ନୁଆଁଇଛଇ ଦକ୍ଷିଣ ଆଫ୍ରିକା । ଫଳରେ ଭାରତକୁ ଦଳ ୨୦ ଓଭରରେ ମାତ୍ର ୧୦୭ ରନର ବିଜୟ ଲକ୍ଷ୍ୟ ଦେଇଛି ।

ଟସ ଜିତି ରୋହିତଙ୍କ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଠିକ ବୋଲି ପ୍ରମାଣ କରିଛନ୍ତି ଟିମ ଇଣ୍ଡିଆର ପେସ ଆଟାକ । ଏହି ସିରିଜରେ କମବ୍ୟାକ କରୁଥିବା ଦୀପକ ଚହର ଏବଂ ଅର୍ଶଦୀପ ସିଂହଙ୍କ ବୋଲିଂ ଆଗରେ ଫେଲ ମାରିଛି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମଜବୁତ ଲାଇନ୍ ଅନ । ଯାହା ଫଳରେ ମାତ୍ର ୩ ଓଭର ଭିତରେ ହିଁ ସାଉଥ ଆଫ୍ରିକା ନିଜର ୫ଟି ମୂଲ୍ୟବାନ ୱିକେଟ ହରାଇଥିଲା । ପ୍ରଥମ ଓଭରରୁ ଦୀପକ ଆରମ୍ଭ କରିଥିଲେ ଏହି ୱିକେଟ ନେବାର ସିଲସିଲା । ଯାହାର ପ୍ରଭାବ ଦ୍ୱିତୀୟ ଓଭରରେ ଅର୍ଶଦୀପ ଦେଖାଇଥିଲେ । ନିଜର ପ୍ରଥମ ଓଭରରେ ୩ଟି ସଫଳତା ହାସଲ କରି ସାଉଥ ଆଫ୍ରିକାର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ । ଏହାପରେ ପୁଣି ନିଜ ଦ୍ୱିତୀୟ ଓଭରରେ ଆଉ ଏକ ୱିକେଟ ନିଜ ନାମରେ କରିଥିଲେ ଦୀପକ ଚହର । ଫଳରେ ୩ ଓଭର ଶେଷ ସୁଦ୍ଧା ସାଉଥ ଆଫ୍ରିକା ୫ ୱିକେଟ ବିନିମୟରେ କରିଥିଲା ମାତ୍ର ୯ ରନ ।

ତେବେ ଏହାପରେ ଆଡେନ ମାକ୍ରମ ଏବଂ ୱେନ ପାର୍ନେଲ ଦଳକୁ ସଜାଡିବାକୁ ଚେଷ୍ଟା କରିବା ବେଳେ ଅଷ୍ଟମ ଓଭରରେ ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ଟିମ ଇଣ୍ଡିଆର ଏହି ତ୍ରିମୂର୍ତ୍ତିଙ୍କ ବୋଲଂ ଆଗରେ ସାଉଥ ଆଫ୍ରିକାର ୩ ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ବଲରେ ଆଉଟ ହୋଇଥିବା ବେଳେ ଅନ୍ୟ ୨ ଜଣ ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଫଳରେ ମାତ୍ର ୧୦୬ ରନ କରିବାରେ ସକ୍ଷମ ହୋଇଛି ସାଉଥ ଆଫ୍ରିକା । ତେଣୁ ଏବେ ଭାରତକୁ ଏହି ମ୍ୟାଚ ବିଜୟ ପାଇଁ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି ।

ବୋଲିଂରେ ଅର୍ଶଦୀପ ସିଂହ ୪ ଓଭରରେ ୩୧ ରନ ଦେଇ ୩ଟି ସଫଳତା ପାଇଛନ୍ତି । ଏହାପରେ ଦୀପକ ଚହର ୪ ଓଭରରେ ୨୧ ରନ ଖର୍ଚ୍ଚ କରିଥିବା ବେଳେ ୨ ଜଣଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିବା ବେଳେ ହର୍ଷଲ ପଟେଲ ମଧ୍ୟ ୨ ୱିକେଟ ନିଜ ନମେରେ କରିଛନ୍ତି । ଏହାସହିତ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.