fbpx

PPF ଆକାଉଣ୍ଟଧାରୀଙ୍କ ପାଇଁ ବଡ ସୁବିଧା ଦେଉଛି ଭାରତୀୟ ଡାକ, ଏବେ ଘରେ ବସି ଏହି କାମ କରିପାରିବେ

ନୂଆଦିଲ୍ଲୀ: ଯଦି ଆପଣ ଆପଣ ଭାରତୀୟ ଡାକରେ ପିପିଏଫ୍ ଖାତାଧାରୀ ଅଟନ୍ତି, ତେବେ ଆପଣଙ୍କ ଲାଗି ଏହା ଏକ ବଡ ଖବର। ଭାରତୀୟ ଡାକର ‘ପୋଷ୍ଟ ଅଫିସ୍ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ'(ପିଓଏସ୍‌ବି) ଇ-ବ୍ୟାଙ୍କୀଙ୍ଗ ପ୍ଲାର୍ଟଫର୍ମରେ ପିପିଏଫ୍ ଖାତା ଖୋଲିବା ଏବଂ ବନ୍ଦ କରିବା ସେବା ଆରମ୍ଭ କରିଛି। ଏହା ସାହାଯ୍ୟରେ ଗ୍ରାହକମାନେ ଅନଲାଇନ୍ ମାଧ୍ୟମରେ ଡାକ ଘରେ ପିପିଏଫ୍ ଖାତା ଖୋଲିବା କିମ୍ବା ବନ୍ଦ କରିପାରିବେ।

ଭାରତୀୟ ଡାକ ବିଭାଗ ଏହି ବିଷୟରେ ଟୁଇଟରରେ ସୂଚନା ଦେଇଛନ୍ତି। ତେବେ ଅଧିକ ସୂଚନା ପାଇଁ ଆପଣ ଭାରତୀୟ ଡାକ ବିଭାଗର ଅଫିସିଆଲ ସାଇଟ୍ https://ebanking.indiapost.gov.in କୁ ଯାଇ ଯାଞ୍ଚ କରିପାରିବେ।

ପିପିଏଫ୍ କିମ୍ବା ପବ୍ଲିକ୍ ପ୍ରୋବିଡେଣ୍ଟ ଫଣ୍ଡ ବାରତର ଲୋକପ୍ରିୟ ସଞ୍ଚୟ ସ୍କିମ୍ ଅଟେ। ଏହି ସ୍କିମ୍ ମାଧ୍ୟମରେ ମାତ୍ର ୫୦୦ ଟଙ୍କାରୁ ଆପଣ ନିବେଶ କରିପାରିବେ। ଏହା ସହିତ ଏହା ଏକ ସ୍କିମ୍ ଯେଉଁଥିରେ କୌଣସି ଟ୍ୟାକ୍ସ କଟି ନଥାଏ। ଏହି ସଞ୍ଚୟ ସ୍କିମ୍ ଉପରେ ସରକାର ୭.୧୦ ଦରରେ ସୁଧ ଦେଇଥାନ୍ତି।

ପିପିଏଫ୍ ଖାତାରେ ସୁଧ କିପରି ହିସାବ କରାଯାଏ: ପିପିଏଫ୍ ସୁଧକୁ ମାସିକ ହିସାବ କରାଯାଏ କିନ୍ତୁ ଚକ୍ରବୃଦ୍ଧି ସୁଧ ପ୍ରତିବର୍ଷ ଗଣନା କରାଯାଏ। ଆର୍ଥିକ ବର୍ଷରେ ନିବେଶକମାନେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ। ଜଣେ ବ୍ୟକ୍ତି କେବଳ ଗୋଟିଏ ପିପିଏଫ୍ ଖାତା ଖୋଲିପାରିବେ ଏବଂ ମିଳିତ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଅନୁମତି ନାହିଁ। ଖାତା ଖୋଲିବାର ୭ବର୍ଷ ପରେ ଆଶିଂକ ପ୍ରତ୍ୟାହାରକୁ ଅନୁମତି ଦିଆଯାଇଥାଏ।

Get real time updates directly on you device, subscribe now.