fbpx

ମାର୍ଚ୍ଚ ୩୧ ରେ ଆରମ୍ଭ ହେବ IPL୨୦୨୩; ପ୍ରଥମ ଦିନରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୬ ତମ ସିଜନର କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି।ମାର୍ଚ୍ଚ ୩୧ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ସହିତ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ହେବାକୁ ସ୍ଥିର ହୋଇଛି। ଅପରାହ୍ନ ପାଞ୍ଚ ଟାରେ ଷ୍ଟାର ସ୍ପୋର୍ଟସରେ କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥର ମଧ୍ୟ ଟୁର୍ନାମେଣ୍ଟରେ ମୋଟ ୭୦ ଟି ମ୍ୟାଚ୍ ହେବ । ଗତଥର ଗୁଜୁରାଟ ଟାଇଟାନ୍ସ ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା। ସେ ପ୍ରଥମ ଥର ପାଇଁ ଆଇପିଏଲରେ ଖେଳିଥିଲେ। ସେ ପ୍ରଥମ ପ୍ରୟାସରେ ସଫଳ ହୋଇସାରିଛନ୍ତି ।

ଆଇପିଏଲ୍ ୨୦୧୯ ପରେ ପ୍ରଥମ ଥର ପାଇଁ ଏହା ସମସ୍ତ ଦଳର ଘରୋଇ ଗ୍ରାଉଣ୍ଡରେ ଖେଳାଯିବ। କରୋନାଭାଇରସ୍ ମହାମାରୀ ହେତୁ ୨୦୨୦ ରେ ୟୁଏଇରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥି ସହିତ, ୨୦୨୧ ମସିହାରେ ଭାରତର କିଛି ମ୍ୟାଚ୍ ଖେଳାଯାଇଥିଲା, କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ମଧ୍ୟଭାଗରେ ବନ୍ଦ କରି ୟୁଏଇରେ ସମାପ୍ତ କରାଯାଇଥିଲା । ୨୦୨୨ ମସିହାରେ ଏହି ଟୁର୍ନାମେଣ୍ଟ ସମ୍ପୁର୍ଣ୍ଣ ଭାରତରେ ଖେଳାଯାଇଥିଲା।

 

ସୂଚନାମୁତାବକ ଗ୍ରୁପ ଏ ରେ ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ,କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ ଏବଂ ଏବଂ ଲକ୍ଷ୍ନୌ ସୁପରଜେଣ୍ଟସ୍‌ ସାମିଲ ।

ଗ୍ରୁପ୍ ବିରେ ଚେନ୍ନାଇ ସୁପର କିଙ୍ଗସ୍, ପଞ୍ଜାବ କିଙ୍ଗସ୍‌, ସନରାଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗଲୋର ଏବଂ ଗୁଜରାଟ ଟାଇଟନ୍ସ ସାମିଲ ।ଫାଇନାଲ୍ ଲିଗ୍ ମ୍ୟାଚ୍ ମେ ୨୧ ରେ ଖେଳାଯିବ ଏବଂ ଆଇପିଏଲ୍ ୨୦୨୩ ଫାଇନାଲ୍ ମେ ୨୮ ରେ ଅନୁଷ୍ଠିତ ହେବ ବୋଲି ସୂଚନାମିଳିଛି ।

ତେବେ ଆସନ୍ତୁ ଦେଖିବା କିଏ କେତେ ଥର ବିଜୟ ହେଇଛନ୍ତି :
ମୁମ୍ବାଇ ଇଣ୍ଡିଆନ୍ସ ମୋଟ ୫ ଥର ୨୦୧୩, ୨୦୧୫, ୨୦୧୭, ୨୦୧୯, ୨୦୨୦ ବିଜୟ ହେଇଛି ।
ଚେନ୍ନାଇ ସୁପର କିଙ୍ଗସ୍୨୦୧୦, ୨୦୧୧, ୨୦୧୮, ୨୦୨୧ ଚାରି ଥର ବିଜୟ ହେଇଛି ।
କୋଲକାତା ନାଇଟ୍ ରାଇଡର୍ସ ୨୦୧୨, ୨୦୧୪ ଦୁଇ ଥର ବିଜୟ ହେଇଛି ।
ରାଜସ୍ଥାନ ରୟାଲ୍ସ ଥରେ ୨୦୦୮ ରେ ବିଜୟ ହେଇଛି ।
ଗୁଜୁରାଟ ଟାଇଟାନ୍ସ ଥରେ ୨୦୨୨ରେ ବିଜୟ ହେଇଛି ।

Get real time updates directly on you device, subscribe now.