fbpx

ଏସିଆନ୍ ଗେମ୍ସ ସୁଟିଂରେ ଭାରତ ପୁଣି ଜିତିଲା ସ୍ୱର୍ଣ୍ଣ: ଅଜୁର୍ନ, ସରବଜୋତ ଓ ଶିବଙ୍କୁ ମିଳିଲା ପଦକ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ଅନ୍ୟପଟେ ସୁଟିଂରେ ପୁଣି ଭାରତକୁ ମିଳିଛି ସ୍ୱର୍ଣ୍ଣ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି । ଅଜୁର୍ନ ଚିମା, ସରବଜୋତ ସିଂ ଓ ଶିବ ନରୱାଲଙ୍କୁ ମିଳିଛି ଏହି ସ୍ୱର୍ଣ୍ଣ ପଦକ । ସୁଟିଂରେ ଏହା ହେଉଛି ଦ୍ୱାଦଶ ପଦକ ।

ଅନ୍ୟପଟେ ମହିଳା ୬୦ କେଜି ‘ଉସୁ’ରେ ମିଳିଛି ରୌପ୍ୟ ପଦକ । ମଣିପୁରର ରୋସିବିନା ଦେବୀ ନାଓରେମ ଉସୁୁରେ ରୌପ୍ୟ ପଦକ ଜିତିଛନ୍ତି । ୬୦ କେଜି ଉସୁରେ ଭାରତକୁ ମିଳିଛି ଏହି ରୌପ୍ୟ ପଦକ ।

ତେବେ ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା, କିନ୍ତୁ ସେ ଫାଇନାଲରେ ହାରି ଯାଇଥିଲେ । ଭାରତ ଏପର୍ଯ୍ୟନ୍ତ ଖେଳଗୁଡିକରେ ୬ ଟି ସ୍ୱର୍ଣ୍ଣ ସମେତ ୨୪ ଟି ପଦକ ଜିତିଛି । ୬ ଟି ସ୍ୱର୍ଣ୍ଣ ସମେତ ୮ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ଭାରତକୁ ମିଳିଛି ।

ସ୍ୱର୍ଣ୍ଣ ମ୍ୟାଚରେ ଚୀନର ଜିଆଓ ବୁ ରସିବିନାଙ୍କୁ ୦-୫ରେ ପରାସ୍ତ କରିଛନ୍ତି । ତେବେ ଭାରତୀୟ ଖେଳାଳି ଖେଳରେ ପଦକ ରଙ୍ଗ ବଦଳାଇଛନ୍ତି । ୨୦୧୮ ରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ ।
ଅର୍ଜୁନ ଚିମା, ସରବଜୋତ ସିଂ ଓ ଶିବ ନରୱାଲ ୧୭୩୪ ମାର୍କ ରଖି ଶୀର୍ଷରେ ରହିଛନ୍ତି । ସେମାନେ ଚୀନର ଖେଳାଳିଙ୍କୁ ଗୋଟିଏ ପଏଣ୍ଟରେ ପଛରେ ପକାଇ ଦେଇଛନ୍ତି । ଅର୍ଜୁନ ଏବଂ ସରବଜୋତ ମଧ୍ୟ ଇଣ୍ଡିଭିଜୁଆଲ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ଏଭଳି ପରିସ୍ଥିତିରେ ଉଭୟଙ୍କଠାରୁ ମଧ୍ୟ ପଦକ ଆଶା କରାଯାଉଛଇ । ସରବଜୋତ ୫୮୦, ଅର୍ଜୁନ ୫୭୮ ଏବଂ ଶିବ ୫୭୬ ସ୍କୋର କରିଛନ୍ତି ।

Get real time updates directly on you device, subscribe now.