fbpx

Project Udbhav; ବେଦ-ପୁରାଣ ପାଠ କରିବେ ଭାରତୀୟ ଯବାନ: ପ୍ରାଚୀନ ପଦ୍ଧତିକୁ ଶକ୍ତି କରି ଶତ୍ରୁକୁ ମାତ୍ ଦେବ Indian Army

ନୂଆଦିଲ୍ଲୀ: ପୁଣିଥରେ ପୁରୁଣା ଜ୍ଞାନ ପୁନରୁଦ୍ଧାର ସମୟକୁ ଫେରି ଆସୁଛି ଭାରତ । ନିଜ ଭବିଷ୍ୟତକୁ ସୁଧାରିବା ପାଇଁ ଭାରତ ଏବେ ଅତୀତର ପୃଷ୍ଠା ଓଲଟାଉଛି । ସମସ୍ତ ବିଭାଗରେ ଶକ୍ତିର ପୁନରୁଦ୍ଧାର ପାଇଁ ଇତିହାସକୁ ଅସ୍ତ୍ର ଭାବରେ ଗ୍ରହଣ କରୁଛନ୍ତି ଦେଶର ଯୋଦ୍ଧା । ଆଗାମୀ ଭବିଷ୍ୟତର ଯୁଦ୍ଧ ପାଇଁ ଭାରତୀୟ ସେନା ଏବେ ପୁରାତନ ଗ୍ରନ୍ଥକୁ ନିଜର କରିଛି । ପ୍ରାଚୀନ ଗ୍ରନ୍ଥରେ ଥିବା ଶାସନ କଳା ଏବଂ ରଣନୀତି ଚିନ୍ତାଧାରାର ଅଧ୍ୟୟନ କରିବ ଭାରତୀୟ ସେନା । ଇତିହାସର ପୃଷ୍ଠାକୁ ଯାଇ ଭାରତରେ ପ୍ରସ୍ତୁତ ହେବେ ଶକ୍ତିଶାଳୀ ସେନା । ଯାହାଦ୍ୱାରା ଶତ୍ରୁ ରାଷ୍ଟ୍ରକୁ ସାମ୍ନା କରିବାରେ ଆହୁରି ବୁଦ୍ଧିମାନ୍ ଏବଂ ଶକ୍ତିମାନ୍ ପାଲଟିଯିବ ପବିତ୍ର ଭାରତ ।

ଏଣିକି ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ । ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧ ପ୍ରସ୍ତୁତ ଲାଗି ଅତୀତର ସହାୟତା ନେବ ଭାରତୀୟ ସେନା । ଏହି ପ୍ରକ୍ରିୟା ଭାରତୀୟ ସେନାକୁ ଶକ୍ତିଶାଳୀ କରାଇବ । ଏଥିପାଇଁ ଶାସନ କୌଶଳ, ରଣନୀତି, କୂଟନୀତି ଏବଂ ଲଢେଇରେ ଅତୀତରେ ଥିବା ଭାରତର ବୁଦ୍ଧିମତାର ସହାୟତା ନେବ । ପ୍ରାଚୀନ ଗ୍ରନ୍ଥରେ ବର୍ଣ୍ଣିତ ଥିବା ରାମାୟଣ, ମହାଭାରତ ଭଳି କାହାଣୀରେ ଥିବା ଯୁଦ୍ଧର ଦୃଶ୍ୟକୁ ଭାରତୀୟ ସେନା ମାନଙ୍କ ସମ୍ମୁଖରେ ପ୍ରତିଫଳିତ କରିବା ପାଇଁ ‘ପ୍ରୋଜେକ୍ଟ ଉଦ୍ଭବ’ ଭଳି ଏକ ଭିନ୍ନ ପ୍ରୟାସର କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆର୍ମି ଟ୍ରେନିଂ କମାଣ୍ଡ ଏବଂ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଏନେଇ ଏକ କର୍ମଶାଳା ଅୟୋଜିତ ହୋଇଯାଇଛି । ଏଥିରେ ପ୍ରାଚୀନ ଯୁଦ୍ଧର କଳା-କୌଶଳ, ଯୁଦ୍ଧ ସମ୍ପର୍କିତ ଐତିହାସିକ ଗ୍ରନ୍ଥ ଏବଂ ଜଟିଳ କୌଟିଲ୍ୟ ନୀତି ଉପରେ ଫୋକସ କରି ଆଲୋଚନା କରାଯାଇଥିଲା ।

‘ପ୍ରୋଜେକ୍ଟ ଉଦ୍ଭବ’ ରଣନୈତିକ ଚିନ୍ତାଧାରାରେ ଭାରତର ସମୃଦ୍ଧ ଐତିହାସିକ କାହାଣୀଗୁଡିକ ଅନୁସନ୍ଧାନ କରିବାକୁ ଚେଷ୍ଟା କରିବା ସହ ଐତିହାସିକ ତଥା ସମସାମୟିକକୁ ସେତୁ କରିବାକୁ ଚେଷ୍ଟା କରୁଛି । ଏହାର ଉଦ୍ଦେଶ୍ୟ ହେଉଛି “ସ୍ୱଦେଶୀ ସାମରିକ ବ୍ୟବସ୍ଥାର ଗଭୀରତା, ସେମାନଙ୍କର ବିବର୍ତ୍ତନ, ଯୁଗ ଯୁଗ ଧରି ଚାଲିଆସୁଥିବା ରଣନୀତି ଏବଂ ସହସ୍ର ବର୍ଷ ଧରି ଏହି ଦେଶକୁ ଶାସନ କରି ଆସୁଥିବା ରଣନୈତିକ ଚିନ୍ତା ପ୍ରକ୍ରିୟା” । ଏହି ପ୍ରକଳ୍ପ କେବଳ ଏହି କାହାଣୀଗୁଡିକର ପୁନଃ ଆବିଷ୍କାରରେ ସୀମିତ ନୁହେଁ, ବରଂ ଏକ ସ୍ୱଦେଶୀ ରଣନୈତିକ ଶବ୍ଦକୋଷର ବିକାଶ ପାଇଁ ମଧ୍ୟ ଚେଷ୍ଟା କରିବ , ଯାହା ଭାରତର ବହୁମୁଖୀ ଦାର୍ଶନିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଗଭୀର ଭାବରେ ବର୍ଣ୍ଣିତ ହୋଇ ରହିଛି ।

Get real time updates directly on you device, subscribe now.