ଆମେରିକା ନିର୍ବାଚନ: ଭାରତର ଝିଅ ନ ହେଲେ ନାହିଁ, ଜ୍ୱାଇଁ ହୋଇଛନ୍ତି ବିଜୟୀ

ନୂଆଦିଲ୍ଲୀ: କମଳା ହାରିସ ରାଷ୍ଟ୍ରପତି ହେଲେନି, ହେଲେ ଟ୍ରମ୍ପ । କମଳା ହୋଇଥିଲେ ଜଣେ ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ହେଲେ ବୋଲି ଗର୍ବ କରିଥାନ୍ତେ ଭାରତୀୟ । ତାହା ହେଲାନି । ତଥାପି ଭାରତୀୟଙ୍କ ଉପସ୍ଥିତି କିଛି କମ ନାହିଁ ଟ୍ରମ୍ପଙ୍କ ସରକାରରେ । ଟ୍ରମ୍ପଙ୍କ ପରେ ଦ୍ୱିତୀୟ କ୍ଷମତା ବୋଲି ଗଣାଯାଉଥିବା ଉପରାଷ୍ଟ୍ରପତି େଜେଡି ଭାନ୍ସଙ୍କର ରହିଛି ଭାରତୀୟଙ୍କ ସହ ନିବିଡ ସମ୍ପର୍କ । ତେବେ କଣ ଏହି ସମ୍ପର୍କ?

ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କର ରହିଛି ଭାରତ ସହ ସମ୍ପର୍କ । ଝିଅ ନ ହେଲେ ନାହିଁ ଜ୍ୱାଇଁ ଆମର ଆମେରିକା ସରକାରରେ ହୋଇଛନ୍ତି ସାମିଲ । ଜେଡିଙ୍କ ପତ୍ନୀ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଜେଡିଙ୍କ ପତ୍ନୀ ଉଷା ଚିଲୁକୁରିଙ୍କର ସମ୍ପର୍କ ଆନ୍ଧ୍ରପ୍ରଦେଶ ସହ ରହିଛି । ଉଷାଙ୍କ ପରିବାର କ୍ରିଷ୍ଣା ଜିଲ୍ଲାର ପାମାରୁ ଗାଁର ବାସିନ୍ଦା । ଉଷାଙ୍କ ବାପା ରାଧାକୃଷ୍ଣ ଓ ମା ଲକ୍ଷ୍ମୀ ୧୯୮୦ରେ ଆମେରିକା ଯାଇ ସେଠାର ନାଗରିକତ୍ୱ ଗ୍ରହଣ କରିଥିଲେ । ଉଷା କାର୍ଲିଫର୍ନିଆରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ହିଁ ତାଙ୍କ ଶିକ୍ଷା ଦିକ୍ଷା । ସେ କେମ୍ବିଜରୁ ଆଧୁନିକ ଇତିହାସରେ ଏମଫିଲ କରିଛନ୍ତି । ଏଥିସହ ଆଇନର ଜଣେ ସ୍ନାତକ ଅଟନ୍ତି ଉଷା । ସେ ଆମେରିକାରେ ଆଇନଜୀବୀ ଭାବେ କାମ ମଧ୍ୟ କରୁଛନ୍ତି । ସେ ଜେଡିଙ୍କୁ ବିବାହ କରିଛନ୍ତି ।

ଚଳିତ ନିର୍ବାଚନରେ ଜେଡି ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିଲେ । ଏଥିରେ ବିଜୟୀ ହୋଇଛନ୍ତି ଓ ଉଷା ଆମେରିକାର ଦ୍ୱିତୀୟ ଲେଡିର ମାନ୍ୟତା ପାଇଛନ୍ତି ।