fbpx

ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ଘୋଷଣା ହେଲା ୧୮ ଜଣିଆ ଭାରତୀୟ ଟିମ୍, ସ୍ଥାନ ପାଇଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି ପାଇର୍ ଭାରତୀୟ ଦଳ ଘୋଷଣା କରାଯାଇଛି । ୧୮ ଜଣିଆ ଖେଳାଳିଙ୍କ ମଧ୍ୟରେ ଏକମାତ୍ର ଓଡ଼ିଆ ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସେପ୍ଟେମ୍ବର ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଚୀନରେ ଏସୀୟ ଚାମ୍ପିୟନ୍ସ ଟ୍ରଫି ପୁରୁଷ ପ୍ରତିଯୋଗିତା ଅନୁଷ୍ଠିତ ହେବ । ହରମନପ୍ରୀତ ଏହି ଟିମର ଅଧିନାୟକ ଦାୟିତ୍ୱ ନିର୍ବାହ କରିବେ । ବିବେକ ସାଗର ପ୍ରସାଦ ହରମନପ୍ରୀତଙ୍କ ଡେପୁଟି ଭାବେ ଦାୟିତ୍ୱ ସମ୍ଭାଳିବେ । ଏସିଆର ସମସ୍ତ ଶ୍ରେଷ୍ଠ ଦଳ ଏଥିରେ ଅଂଶଗ୍ରହଣ କରୁଥିବାରୁ ପ୍ୟାରିସ ଅଲିମ୍ପିକ୍ସର କାଂସ୍ୟ ବିଜେତା ଭାରତ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ ।

ଅଲିମ୍ପିକ୍ସ ସମାପ୍ତ ପରେ ଭାରତର ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ । ରାଉଣ୍ଡ ରବିନ ଲିଗ୍ ଭିତ୍ତିରେ ଏହି ପ୍ରତିଯୋଗିତା ଖେଳାଯିବ । ସେପ୍ଟେମ୍ବର ୮ରେ ଭାରତ ତା’ର ପଦାର୍ପଣ ମ୍ୟାଚରେ ଚୀନକୁ ଭେଟିବ । ୯ରେ ଭାରତ ଜାପାନକୁ, ୧୧ରେ ମାଲେସିଆକୁ, ୧୨ରେ ଦକ୍ଷିଣ କୋରିଆକୁ, ୧୪ରେ ପାକିସ୍ତାନକୁ ଭେଟିବ । ପଏଣ୍ଟ ଭିତ୍ତିରେ ପ୍ରଥମ ୪ଟି ସ୍ଥାନ ଅଧିକାର କରିଥିବା ଦଳ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟରେ ଉନ୍ନୀତ ହେବେ । ୧୬ରେ ସେମିଫାଇନାଲ ଓ ୧୭ରେ ଫାଇନାଲ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.