ଚେନ୍ନାଇ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତ ସରକାର ସେଠାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି । ଏହା ଜରିଆରେ ୟୁକ୍ରେନର ପଡୋଶୀ ଦେଶ ଗୁଡ଼ିକ ଜରିଆରେ ଏକାଧିକ ଫ୍ଲାଇଟ୍ ଜରିଆରେ ଭାରତୀୟଙ୍କୁ ଦେଶକୁ ଅଣାଯାଉଛି ।
ତେବେ ଏହି ଅପରେସନ୍ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ନିଜ ନିଜର ପାଳିତ କୁକୁର-ବିଲେଇଙ୍କୁ ବି ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ମେଡିକାଲ୍ ଛାତ୍ରୀ କୀର୍ତ୍ତିନା ଶନିବାର ଦିନ ନିଜର ପାଳିତ କୁକୁର କ୍ୟାଣ୍ଡି ସହିତ ଚେନ୍ନାଇରେ ପହଞ୍ଚିଥିଲେ । ଭାରତକୁ ଆସିବା ସମୟରେ ସେ ନିଜର କୁକୁରକୁ ଛାଡ଼ି ନଥିଲେ । ସେ ପ୍ରାୟ ୪ଟି ଫ୍ଲାଇଟ୍ ଛାଡ଼ି ଦେଇଥିଲେ । ପରେ ଭାରତୀୟ ଦୂତାବାସ ତାଙ୍କୁ କୁକୁର ସହିତ ଫ୍ଲାଇଟ୍ ରେ ଆସିବାକୁ ଅନୁମତି ଦେଇଥିଲେ । ଏହି ଚକରରେ ସେ ନିଜର ଲଗେଜ୍ ବି ଛାଡ଼ି ଦେଇଥିବା ଜଣାପଡ଼ିଛି ।
କୀର୍ତ୍ତିନା କହିଛନ୍ତି ଯେ, ମୋତେ କୁକୁରକୁ ଆଣିବାକୁ ଅନୁମତି ଦିଆଯାଇନଥିଲା । ତେଣୁ ମୁଁ ପ୍ରାୟ ୪ଟି ଫ୍ଲାଇଟ୍ ଛାଡ଼ିଦେଇଥିଲି । ଦୁଇ-ତିନି ଦିନ ଯାଏଁ ମୋତେ ଅପେକ୍ଷା କରିବାକୁ ପଡ଼ିଥିଲା । ଶେଷରେ ଦୂତାବାସରୁ ଏକ ଫୋନ୍ କଲ୍ ଆସିଥିଲା ଓ ପାଳିତ କୁକୁରକୁ ନେଇଯିବାକୁ ଅନୁମତି ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଦୂତାବାସ ମୋତେ କହିଥିଲେ ଯେ, ଯଦି ଆପଣ କୁକୁରକୁ ଆଣୁଛନ୍ତି ତାହେଲେ ନିଜ ସାମାନ୍ ଛାଡ଼ିବାକୁ ହେବ । ତେଣୁ ସେ କୁକୁରକୁ ଆଣିବାକୁ ଯାଇ ଲଗେଜ୍ କୁ ଛାଡ଼ି ଦେଇଥିଲେ ।