fbpx

ଘୋଷଣା ହେଲା ଭାରତୀୟ ଦଳ: କୋଚ ଏବଂ ଏହି ଷ୍ଟାର ଖେଳାଳିଙ୍କ ବିନା ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଣ୍ଡିଆନ ଟିମ୍ ଏହି ସିରିଜ ଖେଳିବାକୁ ଥିବା ବେଳେ ଏଥିପାଇଁ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା ହୋଇସାରିଛି । ଅନ୍ୟପକ୍ଷରେ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରିଛି ବିସସିଆଇ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବାକୁ ଯାଉଥିବା ବେଳେ ଦଳରେ ଷ୍ଟାର ଖେଳାଳିଙ୍କୁ ବାଦ୍ ଦେଇଛି ଚୟନ କମିଟି । ଏହି ଗସ୍ତରେ ଭାରତ-ବାଂଲାଦେଶ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳାଯିବ ।

ଜୁଲାଇ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବାଂଲାଦେଶ ବିପକ୍ଷ ଏହି ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । କିନ୍ତୁ ଏହି ଦଳରେ ୱିକେଟକିପର ଋଚା ଘୋଷ ଏବଂ ଷ୍ଟାର ବୋଲର ରେଣୁକା ସିଂହ ଦଳରୁ ବାଦ୍ ପଡିଛନ୍ତି । ତେବେ ଋଚା ଘୋଷଙ୍କୁ ଦଳରୁ ବାହାରେ ରଖିବାର କୌଣସି କାରଣ ଦର୍ଶାଇ ନହାନ୍ତି ଚୟନ କମିଟି । ସେହିପରି ଯୁବା ଅଫ ସ୍ପିନର ଶ୍ରେୟଙ୍କା ପାଟିଲ ମଧ୍ୟ ଦଳରେ ସ୍ଥାନ ପାଇ ନାହାନ୍ତି । ତେବେ କାରବିୟନ ପ୍ରିମିୟର ଲିଗ ପାଇଁ ଶ୍ରେୟଙ୍କା ସୁଯୋଗ ପାଇଥିବା ବେଳେ ଏହି ଟି-୨୦ ଲିଗରେ ଖେଳିବାରେ ସେ ପ୍ରଥମ ଭାରତୀୟ ମହିଳା କ୍ରିକେଟର ହେବାକୁ ଯାଉଛନ୍ତି ।

ତେବେ ହରମନଙ୍କ ନେତୃତ୍ୱରେ ଯାଉଥିବା ଏହି ଦଳ ପୁଣିଥରେ କୋଚଙ୍କ ବିନା ମଇଦାନକୁ ଓହ୍ଲାଇବ । ହରମନଙ୍କ ପରେ ସ୍ମୃତି ମନ୍ଧାନା ଦଳର ଉପ-ଅଧିନାୟକ ଭାବରେ ଦାୟିତ୍ୱ ନେଇଛନ୍ତି । ଏହି ସିରିଜରେ ବାଂଲାଦେଶ ବିପକ୍ଷରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହି ସମସ୍ତ ମ୍ୟାଚ ମୀରପୁରର ଶେର-ଏ-ବାଂଲା ନେସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

ଭାରତୀୟ ଟି-୨୦ ଟିମ୍: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପଅଧିନାୟକ), ଦୀପ୍ତି ଶର୍ମା, ଶେଫାଳୀ ପର୍ମା, ଜେମିମା ରୋଡ୍ରିଗ୍ସ, ୟାସ୍ତିକା ଭାଟିଆ, ହରଲୀନ ଦେଓଲ, ଦେବିକା ବୈଦ୍ୟ, ଉମା ଛେତ୍ରୀ, ଅମନଜୋତ କୌର, ଏସ ମେଘନା, ପୂଜା ବସ୍ତ୍ରାକର, ଅଞ୍ଜଳି ସରୱାନୀ, ମୋନିକା ପଟେଲ, ରାଶି କନୋøଜିୟା, ଅନୁଷା ରେଡ୍ଡୀ ଏବଂ ମିନ୍ନୁ ମଣି ।

ଭାରତୀୟ ଦିନିକିଆ ଦଳ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପଅଧିନାୟକ), ଦୀପ୍ତି ଶର୍ମା, ଶେଫାଳୀ ପର୍ମା, ଜେମିମା ରୋଡ୍ରିଗ୍ସ, ୟାସ୍ତିକା ଭାଟିଆ, ହରଲୀନ ଦେଓଲ, ଦେବିକା ବୈଦ୍ୟ, ଉମା ଛେତ୍ରୀ, ଅମନଜୋତ କୌର, ପ୍ରିୟା ପୁନିଆ, ଏସ ମେଘନା, ପୂଜା ବସ୍ତ୍ରାକର, ଅଞ୍ଜଳି ସରୱାନୀ, ମୋନିକା ପଟେଲ, ରାଶି କନୋøଜିୟା, ଅନୁଷା ରେଡ୍ଡୀ ଏବଂ ସ୍ନେହ ରାଣା ।

Get real time updates directly on you device, subscribe now.