fbpx

ଆୟରଲ୍ୟାଣ୍ଡ ବିପକ୍ଷ T-20 ସିରିଜ୍: ଘୋଷଣା ହେଲା ଭାରତୀୟ ଟିମ୍, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପୂର୍ବରୁ ହେବାକୁ ଥିବା ଆୟରଲ୍ୟାଣ୍ଡ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟ ଦାୟିତ୍ୱ ଦିଆଯାଇଛି । ଏହି ସିରିଜ୍ ପାଇଁ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି ।

ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏହି ଦୁଇଟି ମ୍ୟାଚ ଆସନ୍ତା ୨୬ ଓ ୨୮ରେ ଅନୁଷ୍ଠିତ ହେବ । ଏହି ସିରିଜ୍ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଯୁବ ଟିମ୍ ମୈଦାନକୁ ଓହ୍ଲାଇବେ । ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ରାତି ୯ଟାରୁ ଆରମ୍ଭ ହେବ ।

ଟିମ୍ ଇଣ୍ଡିଆ ସ୍କ୍ୱାଡ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ୱର କୁମାର (ଉପଅଧିନାୟକ), ଈଶାନ କିଶନ, ଋତୁରାଜ ଗାୟକୱାଡ଼, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଅୟର, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋୟୀ, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲିକ ।

Get real time updates directly on you device, subscribe now.