fbpx

କ୍ରୀଡ଼ା ଜଗତରୁ ଆସିଲା ଲଜ୍ଜାଜନକ ଖବର: ଭାରତୀୟ ଟେନିସ୍ ଷ୍ଟାର ମାଧୱିନ କାମାତ ଗିରଫ

Advertisement

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ଭାରତୀୟ ଟେନିସ୍ ଷ୍ଟାର ମାଧୱିନ କାମାତ ଗିରଫ ହୋଇଛନ୍ତି । ଅହମଦାବାଦ ସହରରେ ପୋଷ୍ଟ ଲଗାଇ ଜଣେ ଯୁବତୀଙ୍କୁ ଏସ୍କର୍ଟ ଓ ସେକ୍ସ ୱାର୍କର ଦର୍ଶାଇ ବଦନାମ କରିଥିବା ନେଇ କାମାତଙ୍କ ନାମରେ ଅଭିଯୋଗ ଆସିଥିଲା । ଉକ୍ତ ଯୁବତୀଙ୍କ ଫଟୋକୁ କାମାତ ଇନଷ୍ଟାଗ୍ରାମରୁ ଡାଉନଲୋଡ୍ କରିଥିଲେ ଓ ପରେ ତାହାକୁ ପୋଷ୍ଟର ଭାବେ ବ୍ୟବହାର କରିଥିଲେ । ଉକ୍ତ ପୋଷ୍ଟରରେ ଯୁବତୀଙ୍କ ମୋବାଇଲ ନମ୍ବର ମଧ୍ୟ ଲେଖାଯାଇଥିଲା । ଫଳରେ ଯୁବତୀଙ୍କ ପାଖକୁ ଅଜଣା ନମ୍ବରରୁ ବହୁ କଲ୍ ଯାଇଥିଲା ।

କାମାତଙ୍କ ଗିରଫଦାରୀକୁ ନେଇ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି । ଯୁବତୀ ବଦନାମ କରିବା ସହ ତାଙ୍କୁ ସେକ୍ସ ୱାର୍କର ଦର୍ଶାଇବା ମାମଲାରେ ସାଇବର କ୍ରାଇମ୍ ବ୍ରାଞ୍ଚରେ ମାମଲା ଦାୟର ହୋଇଛି । ତାଙ୍କୁ ବଦନାମ କରିବା ପାଇଁ ସାରା ସହରରେ ତାଙ୍କର ପୋଷ୍ଟର ଲଗାଯାଇଥିବା ଜଣେ ୨୨ ବର୍ଷୀୟ ଯୁବତୀ ଅଭିଯୋଗ କରିଥିଲେ । ମାଧୱିନ ଯୁବତୀଙ୍କ ଫଟୋ ସହ ଛେଡ଼ଛାଡ଼ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅଜଣା ନମ୍ବରରୁ କଲ୍ ସବୁ ଆସିବା ପରେ ଯୁବତୀ ଜଣଙ୍କ ଅହମଦାବାଦ ସାଇବର କ୍ରାଇମ୍ ସେଲରେ ମାମଲା ଦାୟର କରିଥିଲେ । ଏହାପରେ ସାଇବର କ୍ରାଇମ୍ ସେଲ ପକ୍ଷରୁ ଘଟଣାର ଗଭୀର ଯାଞ୍ଚ କରାଯାଇଥିଲା । ତେବେ ମାଧୱିନ ଓ ଯୁବତୀ ପରସ୍ପରଙ୍କୁ ପୂର୍ବରୁ ଜାଣିଥିଲେ ଓ କୌଣସି କାରଣରୁ ସେମାନଙ୍କ ମଧ୍ୟରେୁ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ଏହାପରେ ମାଧୱିନ ଏଭଳି ହରକତ କରିଥିଲେ ।

Get real time updates directly on you device, subscribe now.