fbpx

ଜରୁରୀକାଳୀନ ଚିକିତ୍ସା ଏବଂ ଛାତ୍ର ଭିସା ପାଇଁ ସୀମିତ ସ୍ଲଟ ଖୋଲିଲା ଭାରତୀୟ ଭିସା ଆବେଦନ କେନ୍ଦ୍ର

ଢାକା: ବାଂଲାଦେଶର ମୁଖ୍ୟ ସହରମାନଙ୍କରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ଜରୁରୀକାଳୀନ ଚିକିତ୍ସା ଏବଂ ଛାତ୍ର ଭିସାର ଆବଶ୍ୟକୀୟ ବାଂଲାଦେଶୀ ନାଗରିକଙ୍କ ପାଇଁ ସିମିତ ଆବେଦନ ସ୍ଲଟ ପ୍ରଦାନ କରିବା ଆରମ୍ଭ କରିଛି। ଏହି ସେବାଗୁଡିକ ଢାକା, ଚଟଗାଓ, ରାଜଶାହୀ, ସିଲହଟ ଏବଂ ଖୁଲନାରେ ପ୍ରଦାନ କରାଯାଉଛି। ବାଂଲାଦେଶରେ ଭାରତୀୟ ଭିସା ଆପ୍ଲିକେସନ ସେଣ୍ଟର ଏକ ବିବୃତ୍ତି ଜାରି କରି ଏହାର ସୂଚନା ଦେଇଛନ୍ତି।

ବାଂଲାଦେଶରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ଏକ ବିବୃତ୍ତିରେ କହିଛି ଯେ, ଏହା ବ୍ୟତୀତ, ଏହି ପାଞ୍ଚଟି କେନ୍ଦ୍ର ଆତ୍ୟାବଶ୍ୟକ ମାମଲା ପାଇଁ ସିମିତ ଅବେଦନ ସ୍ଲଟ ମଧ୍ୟ ଖୋଲିଛି, ଯେଉଁଠାରେ ବାଂଲାଦେଶୀ ଛାତ୍ରମାନେ ଏବଂ ଶ୍ରମିକଙ୍କୁ ଅନ୍ୟ ଦେଶକୁ ଯାତ୍ରା କରିବାର ଆବଶ୍ୟକତା ରହିଛି ଏବଂ ଯାହା ପାଇଁ ସେମାନେ ପ୍ରଥମରୁ ହିଁ ଭାରତରେ ବୈଦେଶିକ ଦୂତାବାସ ସହ ଭିସା ପାଇଁ ସମୟ ନେଇଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ, ଏହି ସେବାମାନ ସେତେବେଳ ପର୍ଯ୍ୟନ୍ତ ସିମିତ ରହିବ ଯେପର୍ଯ୍ୟନ୍ତ ଆଇବିଏସି ନିଜ ସାଧାରଣ ପରିଚାଳନ ପୁଣିଥରେ ଆରମ୍ଭ କରିନାହିଁ।

Get real time updates directly on you device, subscribe now.