fbpx

ଭାରତୀୟ ମହିଳା ଦଳର ରେକର୍ଡ, ମହିଳା କ୍ରିକେଟରେ ଟେଷ୍ଟର ଗୋଟିଏ ଇନିଂସରେ ୬୦୦ ରୁ ଅଧିକ ରନ କରିବାରେ ପ୍ରଥମ ଦଳ

Advertisement

ଓଡିଶା ଭାସ୍କର: ଭାରତୀୟ ମହିଳା କ୍ରିକେଟ ଟିମ୍ ଇତିହାସ ରଚିଛି । ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚେନ୍ନାଇରେ ମହିଳା ଟେଷ୍ଟ ଇତିହାସର ସବୁଠୁ ବଡ ସ୍କୋର କରିଛି । ଭାରତୀୟ ମହିଳା ଦଳ ଶେଫାଳୀ ବର୍ମାଙ୍କ ଦ୍ୱିଶତକ ବଳରେ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୬୦୩ ରନର ବିଶାଳ ସ୍କୋର କରି ଇନିଂସ ଘୋଷଣା କରିଛି । ଜବାବରେ ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ବର୍ତ୍ତମାନସୁଦ୍ଧା ୭୦.୪ ଓଭରରେ ମୋଟ ୨୩୧ ରନ କରି ନିଜର ବ୍ୟାଟିଂ ଜାରି ରଖିଛି । ଭାରତୀୟ ଦଳ ପକ୍ଷରୁ ଶେଫାଳୀଙ୍କ ସହ ସ୍ମୃତି ମାନ୍ଧନା ତୁଫାନୀ ପାରି ଖେଳି ୧୪୯ ରନର ଦମଦାର ଇନିଂସ ଖେଳିଛନ୍ତି । ଋଚା ଘୋଷ ମଧ୍ୟ ୮୬ ରନର ପାଳି ଖେଳିଛନ୍ତି । ଭାରତ ନିଜର ପ୍ରଥମ ଟେଷ୍ଟରେ ଏହି ରେକର୍ଡ କରିଛି । ମ୍ୟାଚରେ ଶେଫାଳୀ ଓ ସ୍ମୃତିଙ୍କ ମଧ୍ୟରେ ୨୫୦ ରନର ଭାଗୀଦାରୀ ହୋଇଛି । ସ୍ମୃତି ମାନ୍ଧନା ୧୬୧ ବଲ ଖେଳି ୨୭ ଚୌକା ଓ ୧ ଛକା ବଳରେ ୧୪୯ ରନ କରିଛନ୍ତି । ସେପଟେ ଶେଫାଳୀ ବର୍ମା ୧୯୭ ବଲ ଖେଳି ଦ୍ୱିଶତକ ହାସଲ କରିଛନ୍ତି । ଏତଦବାଦ ଋଚା ୯୦ ବଲରେ ୮୬, ହରମନପ୍ରୀତ କୌର ୧୧୫ ବଲରେ ୬୯ ଓ ଜେମିମା ରୋଡ୍ରିଗୁଏଜ ୯୪ ବଲରେ ୫୫ ରନର ପାରି ଖେଳିଛନ୍ତି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଏହି ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବୋଲର ଭାରତର ପ୍ରାରମ୍ଭିକ ଯୋଡିକୁ ସହଜରେ ଆଉଟ କରି ପାରି ନ ଥିଲା । ଡେଲମି ଟକର ସ୍ମୃତି ମାନ୍ଧନାଙ୍କୁ ଆଉଟ କରିଥିଲେ । ସେ ୨୬ ଓଭରରେ ୧୪୧ ରନ ଦେଇ ୨ ଟି ୱିକେଟ ହାସଲ କରିଥିଲେ । ସେହିଭଳି ନୋନକୁଲୁଲେକେମଲାବା ୨୬.୧ ଓଭରରେ ୧୨୨ ରନ ଦେଇ ଗୋଟିଏ ୱିକେଟ ପାଇଥିଲେ । ନଦୀନ ଡି କ୍ଲର୍କକୁ ବି ଗୋଟିଏ ୱିକେଟ ମିଳିଥିଲା ।

Get real time updates directly on you device, subscribe now.