ଆମେରିକାରେ ସୁରକ୍ଷିତ ନୁହଁନ୍ତି ଭାରତୀୟ
ପୁଣି ଜଣେ ଭାରତୀୟ ନର୍ସଙ୍କୁ ମାରି ଲହୁଲୁହାଣ କଲେ ବିଦେଶୀ। ଦିନକୁ ଦିନ ଆମେରିକାରେ ବଢ଼ୁଛି ଭରତୀୟଙ୍କ ଉପରେ ଅତ୍ୟାଚାର।
ଆମେରିକା: ବିଦେଶରେ ଅସୁରକ୍ଷିତ ଭାରତୀୟ। ପୁଣି ଜଣେ ଭାରତୀୟ ନର୍ସଙ୍କୁ ମରଣାନ୍ତକ ଆକ୍ରମଣ କଲେ ବିଦେଶୀ ଦୁର୍ବୃତ୍ତ। ଏ ଦୃଶ୍ୟ ହେଉଛି ଆମେରିକାର। ପୂର୍ବରୁ ଅନେକ ଥର ଭାରତୀୟଙ୍କ ଉପରେ ଆକ୍ରମଣ ଖବର ଆପଣମାନେ ଶୁଣିଥିବେ।
ଠିକ୍ ସେହିପରି ପୁଣିଥରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁ ଚିତ୍ରରୁ ସ୍ପଷ୍ଟ ଜଣା ପଡୁଛି ଯେ ମହିଳାଙ୍କ ଉପରେ କି ପ୍ରକାର ଅତ୍ୟାଚାର ହୋଇଥିବ। କାରଣ ତାଙ୍କ ଦେହରେ ରହିଛି ଅନେକ ଦାଗ। ଏବେ ସେ ହସ୍ପିଟାଲ ବେଡରେ ଜୀବନ ଜମରଣ ସହ ସଂଘର୍ଷ କରୁଛନ୍ତି।
ବିଦେଶରେ ଅସୁରକ୍ଷିତ ଭାରତୀୟ: ଆମେରିକାରେ ଏବେ ବି ଅସୁରକ୍ଷିତ ଭାରତୀୟ ନାଗରିକ। ପ୍ରାୟ ସମୟରେ ତାଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯ୍ୟାତନା। ଠିକ୍ ସେହିପରି ଫ୍ଲୋରିଡାରେ ଜଣେ ଭାରତୀୟଙ୍କୁ ମରଣାନ୍ତକ ଆକ୍ରଜମଣ କରାଯାଇଛି।
ୱାଲିଂଟନରେ ରହୁଥିବା ପ୍ରବାସୀ ଭାରତୀୟ ନର୍ସ ଯାହାଙ୍କ ନାମ ଷ୍ଟିପେନ। ତାଙ୍କୁ ଆକ୍ରମଣ କରିବା ସହ ଲହୁଲୁହାଣ କରିଛନ୍ତି ଜଣେ ଦୁର୍ବୃତ୍ତ। ସୂଚନାନୁସାରେ, ମହିଳା ଜଣଙ୍କ କାମ ସାରି ନିଜ ଘରକୁ ଫେରୁଥିବା ବେଳେ, ହଠାତ୍ ଜଣେ ଯୁବକ ତାଙ୍କ ପାଖକୁ ଆସିଥିଲେ।
ଆଉ କେହି କିଛି ବୁଝିବା ଆଗରୁ ତାଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ। କେବଳ ଗାଳି ଗୁଲଜ କରିଥିଲେ ତା ନୁହେଁ। ବର୍ଣ୍ଣବୈଷ୍ଣମ୍ୟତାକୁ ନେଇ ଟିପ୍ପଣୀ ଦେଇଥିଲେ। ଷ୍ଟିପେନ ଏହାକୁ ବିରୋଧ କରିବାରୁ ଲୁହାରଡରେ ପିଟିବା ସହ ତାଙ୍କ ମୁହଁ ହାଡକୁ ଭାଙ୍ଗିଦେଇଥିଲେ ଦୁର୍ବୃତ୍ତ।
ଯୁବକ ଗିରଫ: ପରେ ମହିଳା ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ଆକ୍ରମଣ କରିଥିବା ଯୁବକକୁ ପୋଲିସ ଗିରଫ କରିଛି। କିନ୍ତୁ ବାରମ୍ୱାର ଆମେରିକାରେ ଭାରତୀୟଙ୍କ ଉପରେ ଆକ୍ରମଣ ଚିନ୍ତାର ବିଷୟ ପାଲଟିଛି।
ପୂର୍ବରୁ ମଧ୍ୟ ୨୦୨୩ ମସିହାରେ ୧୮ ଜଣ ଭାରତୀୟଙ୍କୁ ଆମେରିକାରେ ହତ୍ୟା କରାଯାଇଥିଲା। ବିଦେଶରେ ବିଶେଷ କରି ଭାରତୀୟଙ୍କ ଉପରେ ଅଧିକ ଆକ୍ରମଣ ହେଉଛି। ଆଉ ଏବେ ୨୦୨୫ ଆରମ୍ଭରୁ ପୁଣି ଏକ ଘଟଣା। ପ୍ରତ୍ୟେକ ଭାରତୀୟ ଯେଉଁମାନେ ବିଦେଶରେ ରହୁଛନ୍ତି ସେମାନଙ୍କ ମନରେ ଏକ ଭୟ ସୃଷ୍ଟି କଲାଣି।