ନୂଆଦିଲ୍ଲୀ,୨୫ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୪୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ହଜାର ୯୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଦେଶରେ ୭ ଲକ୍ଷ ୪ ହଜାର ୩୪୮ ଜଣ ଚିକିତ୍ସିତ ହେଉଥିବା ବେଳେ ୨୪ ଲକ୍ଷ ୪ ହଜାର ୫୮୫ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।