ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି

ନୂଆଦିଲ୍ଲୀ,୨୭ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୬୦ ହଜାର ୪୭୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୦୨୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୭୫ ହଜାର ୭୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୪କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୭ ଲକ୍ଷ ୨୫ ହଜାର ୯୯୧ ଜଣ ଚିକିତ୍ସିତ ହେଉଥିବା ବେଳେ ୨୫ ଲକ୍ଷ ୨୩ ହଜାର ୭୭୧ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।